ଏଣିକି ମନ ଇଚ୍ଛା କାଟି ପାରିବେନାହିଁ ତାଳଗଛ

ଏଣିକି ମନ ଇଚ୍ଛା କାଟି ପାରିବେନାହିଁ ତାଳଗଛ । ନିଜ ଜାଗାରେ ଥିବା ତାଳ ଗଛ କାଟିବାକୁ ମଧ୍ୟ ବନବିଭାଗ ଠାରୁ ନେବାକୁ ପଡିବ ଅନୁମତି । ରାଜ୍ୟରେ ବଢୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ନେଇ ଏଭଳି ନିୟମ କଡାକଡ଼ି କରିଛନ୍ତି ପିସିସିଏଫ୍ ଦେବିଦତ୍ତ ବିଶ୍ୱାଳ । ବିନା ଅନୁମତିରେ ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ ।କେବଳ ଏତିକି ନୁହେଁ ରାଜ୍ୟରେ କିଭଳି ତାଳଗଛ ସଂଖ୍ୟା ବୃଦ୍ଧି କରାଯିବ ସେନେଇ ମଧ୍ୟ ନିଆଯାଇଛି ନିଷ୍ପତ୍ତି । ଚଳିତ ବର୍ଷ ରାଜ୍ୟରେ ୧୯ ଲକ୍ଷ ତାଳ ଗଛ ଲଗାଯିବାକୁ ନିଷ୍ପତି ନେଇଛି ବନ ବିଭାଗ । ପ୍ରତି ଫରେଷ୍ଟ ବ୍ଲକର ଚାରି ପଟେ ଚାରୋଟି ଲେଖାଏଁ ତାଳ ଗଛ ଲଗାଯିବ । ଏଥିପାଇଁ ସାଢେ ୭ କୋଟି ଟଙ୍କା ହେବ ଖର୍ଚ୍ଚ । ବଜ୍ରପାତ କମାଇବାକୁ ଏଭଳି ନିଷ୍ପତି ନିଆଯାଇଥିବା ବେଳେ କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦେଶ ଦେଇଥିବା ମିଳିଛି ସୂଚନା ।
What's Your Reaction?






