ଓଡ଼ିଶାରେ ଭୋଟର ତାଲିକାରୁ କଟିଗଲା ୯ ଲକ୍ଷରୁ ଅଧିକ ନାଁ

Apr 20, 2026 - 15:27
 0  0
ଓଡ଼ିଶାରେ ଭୋଟର ତାଲିକାରୁ କଟିଗଲା ୯ ଲକ୍ଷରୁ ଅଧିକ ନାଁ

ଭୋଟର୍ ତାଲିକାରୁ କଟିଗଲା ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ। ଅନେକ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ହୋଇଛି ଅଭିଯୋଗ। ଏନେଇ ଚିନ୍ତା ପ୍ରକଟ କରିବା ସହ ଉଦବେଗ୍ ପ୍ରକାଶ କରିଛି ରାଜ୍ୟ ଗୃହ ବିଭାଗ। ବୁଥ୍ ଲେଭଲ୍ ଅଧିକାରୀମାନେ ଗ୍ରାଉଣ୍ଡରେ ଯାଞ୍ଚ ନକରି କାଟି ଦେଇଥିବା ହୋଇଛି ଅଭିଯୋଗ । ଏହାପରେ ମୃତ ଭୋଟରଙ୍କ ନାଁ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବାକୁ ଇଆରଓଙ୍କୁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ। ପରିବାର ଓ ନିକଟ ସଂପର୍କୀୟଙ୍କୁ ଫର୍ମ-୭ ଦାଖଲ କରିବାକୁ ହେବ। ସନ୍ଦେହଜନକ, ନକଲି କିମ୍ବା ତଥ୍ୟରେ ତ୍ରୁଟି ଥିଲେ ନୋଟିସ୍ ପରେ କରାଯିବ ଯାଞ୍ଚ।ଫର୍ମ-୭ ଆବେଦନର ୫୦% ମାମାଲାରେ ଶାରୀରକ ଯାଞ୍ଚବି ହୋଇଛି ବାଧ୍ୟତାମୂଳକ। ଏହାପରେ ପ୍ରମାଣପତ୍ର ମିଳିବା ପରେ ପୁଣି ଥରେ ଅନଲାଇନ୍ ଆବେଦନ ଆରମ୍ଭ ହେବ ବୋଲି କରାଯାଇଛି ସ୍ପଷ୍ଟ। 

What's Your Reaction?

like

dislike

love

funny

angry

sad

wow