ଓଡିଶାକୁ ବାତ୍ୟା ଭୟ !

May 8, 2026 - 16:35
 0  3
ଓଡିଶାକୁ ବାତ୍ୟା ଭୟ !

ବାତ୍ୟାକୁ ନେଇ ବଡ ସୂଚନା ଦେଲା ଆଇଏମଡି । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ଆସନ୍ତା ୧୦ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ପୂର୍ବରୁ ଜିଏଫଏସ ଅନୁଯାୟୀ ଲଘୁଚାପ ଆକଳନ କରୁଥିବା ବେଳେ ପରେ ଅନୁମାନ କରିଥିଲା ଇସିଏମଡବ୍ଲ୍ୟୁଏଫ ମଡେଲ  । ଆସନ୍ତା ୧୨ ତାରିଖ ସୁଦ୍ଧା ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ସେପଟେ ସମୁଦ୍ର ପୃଷ୍ଠର ତାପମାତ୍ରା ପୂର୍ବାପେକ୍ଷା ୧ ଡିଗ୍ରୀ ବଢ଼ି ବୃଦ୍ଧି ପାଇଛି ୩୦- ୩୧ ଡିଗ୍ରୀ ସେଲସିୟସକୁ । ଏହା ହିଁ ସୃଷ୍ଟି କରିଛି ବାତ୍ୟା ପାଇଁ ଅନୁକୂଳ ପରିବେଶ । ସେହିପରି ବାୟୁମଣ୍ଡଳର ତଳସ୍ତରରୁ ଉପର ସ୍ତରକୁ ପୂର୍ବରୁ ପବନର ଗତି ଥିଲା ୪୬ କିମିରୁ ୫୫ କିମି । ଏହାର ବେଗ ହ୍ରାସ ପାଇ ଘଣ୍ଟା ପ୍ରତି ଏବେ ତାହା ରହିଛି ୩୭ କିମି । ଏହା କମିବା ଦ୍ୱାରା ଲଘୁଚାପ ଘନୀଭୂତ ହେବା ପାଇଁ ଅନୁକୂଳ ହେବ ବୋଲି କହିଛନ୍ତି ପ୍ରଫେସର ପଶୁପାଳକ ।

What's Your Reaction?

like

dislike

love

funny

angry

sad

wow