ଓଡିଶାରେ ୫୦ ଟପିଲା  କରୋନା ରୋଗୀଙ୍କ ସଂଖ୍ୟା

The number of COVID-19 cases in Odisha has crossed 50. On Monday, 7 new COVID-19 patients were identified, according to Director of Public Health Dr. Nilakantha Mishra. With this, the total number of COVID-19 patients in the state this year has reached 56. On the same day, 5 patients recovered, bringing the total recoveries to 20. As a result, there are currently 36 active COVID-19 cases in the state. The Health Director has advised people to stay at home if they exhibit symptoms similar to COVID-19 or the flu. Though the new strain is reportedly not more dangerous, he still urged the public to remain cautious.

ଓଡିଶାରେ ୫୦ ଟପିଲା  କରୋନା ରୋଗୀଙ୍କ ସଂଖ୍ୟା

ଓଡିଶାରେ ୫୦ ଟପିଲା  କରୋନା ରୋଗୀଙ୍କ ସଂଖ୍ୟା । ସୋମବାର ଆଉ ୭ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ଏଥିସହ ଚଳିତ ବର୍ଷ ରାଜ୍ୟରେ ୫୬ରେ ପହଞ୍ଚିଛି ମୋଟ୍ କୋଭିଡ୍‌ ରୋଗୀଙ୍କ ସଂଖ୍ୟା  । ସେହିପରି ସୋମବାର ୫ ଜଣ ରୋଗୀ ସୁସ୍ଥ ହେବା ସହ ବର୍ତ୍ତମାନ ସୁଦ୍ଧା ମୋଟ ୨୦ ଜଣ ସୁସ୍ଥ ହୋଇଥିବା ମିଳିଛି ସୂଚନା। ଫଳରେ ରାଜ୍ୟରେ ଏବେ ଅଛନ୍ତି  ୩୬ଜଣ ସକ୍ରିୟ କୋଭିଡ ରୋଗୀ । କୋଭିଡ-୧୯ କିମ୍ବା ଫ୍ଲୁ ଭଳି ରୋଗର ଲକ୍ଷଣ ଥିଲେ ଘରେ ରହିବାକୁ  ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ନୂତନ ଷ୍ଟ୍ରେନ ଅଧିକ ବିପଦପୂର୍ଣ୍ଣ ହୋଇ ନଥିଲେ ବି ସତର୍କ ରହିବାକୁ ଦିଆଯାଇଛି ପରାମର୍ଶ ।