କଂଗ୍ରେସ ପୋଷ୍ଟରକୁ ନେଇ ରାଜନୈତିକ ଲଢେଇ

ବେଲଗାଭି ଅଧିବେଶନରେ କଂଗ୍ରେସର ପୋଷ୍ଟରରେ ପ୍ରଦର୍ଶିତ ହୋଇଥିବା ଭାରତର ମାନଚିତ୍ରକୁ ନେଇ ସାରା ଦେଶରେ ଉଷ୍ଣ ହୋଇଛି ରାଜନୀତି। ପୋଷ୍ଟରରେ କଶ୍ମୀରକୁ ପାକିସ୍ତାନର ଏକ ଅଂଶ ଭାବରେ ଦର୍ଶାଯାଇଛି ବୋଲି ଅଭିଯୋଗ କରିଛି ଭାଜପା। ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଏନେଇ କହିଛନ୍ତି ଯେ, କଶ୍ମୀରରେ ଏକ ପୋଷ୍ଟରରେ ପାକିସ୍ତାନର ଏକ ଅଂଶ ବୋଲି ଦର୍ଶାଯାଇଛି। ‘କଂଗ୍ରେସ କାର୍ଯ୍ୟକ୍ରମରେ ଏହା ଭୁଲ ହୋଇପାରିବ ନାହିଁ। ଏହା ଏକ ବିବୃତ୍ତି। ଏହା ସେମାନଙ୍କର ଆବେଦନ ରାଜନୀତିର ଏକ ଅଂଶ, ଯାହା ବିଶ୍ୱାସ କରେ ଯେ ଭାରତୀୟ ମୁସଲମାନମାନେ ଭାରତ ଅପେକ୍ଷା ପାକିସ୍ତାନ ପ୍ରତି ଅଧିକ ବିଶ୍ୱସ୍ତ । ସେହିପରି କଂଗ୍ରେସ ହେଉଛି ଦ୍ୱିତୀୟ ମୁସଲିମ ଲିଗ୍ ଏବଂ ପୁଣିଥରେ ଭାରତ ଭାଙ୍ଗିବାକୁ ଚାହୁଁଛି ବୋଲି ସେ କରିଛନ୍ତି ଅଭିଯୋଗ।
What's Your Reaction?






