କମିଲା ଏଲପିଜି ସିଲିଣ୍ଡର ଦର
କମିଲା ବ୍ୟବସାୟିକ ଗ୍ୟାସ୍ ଦର । ୧୯ କେଜି ଏଲ୍ପିଜି ସିଲିଣ୍ଡର ଦର କମିଛି ୭ ଟଙ୍କା । ପୂର୍ବରୁ ଦିଲ୍ଲୀରେ ୧୯ କେଜି ଗ୍ୟାସ ସିଲିଣ୍ଡର ଦର ୧୮୦୪ ଟଙ୍କା ଥିବାବେଳେ ଏବେ ୧୭୯୭ ଟଙ୍କାରେ ହେବ ଉପଲବ୍ଧ। ତେବେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ ହୋଇନାହିଁ କୌଣସି ପରିବର୍ତ୍ତନ ।ସେହିପରି ନୂଆ ଦର ଲାଗୁ ହେବାପରେ କୋଲକାତାରେ ବ୍ୟବସାୟିକ ସିଲିଣ୍ଡର ପିଛା ୧୯୦୭ ଟଙ୍କା, ମୁମ୍ବାଇରେ ୧୭,୪୯ଟଙ୍କା ୫୦ ପଇସା ଓ ଚେନ୍ନାଇରେ ହୋଇଛି ୧୯୫୯ ଟଙ୍କା ୫୦ ପଇସା ।
What's Your Reaction?