କିଭ୍ରେ ନିଜ ନିଜ ମଧ୍ୟରେ ଗୁଳିବିନିମୟ, ରାଗିଲେ ଜେଲେନସ୍କି, କହିଲେ ‘ଅତ୍ୟନ୍ତ ଲଜ୍ଜାଜନକ’
ଶତ୍ରୁ ସହ ନୁହେଁ, ବରଂ ୟୁକ୍ରେନର ଦୁଇ ସୁରକ୍ଷା ସଂସ୍ଥାର ଯବାନ ପରସ୍ପର ଉପରକୁ ଚଳାଇଛନ୍ତି ଗୁଳି । ରାଜଧାନୀ କିଭ୍ରେ ୟୁକ୍ରେନର ଆଭ୍ୟନ୍ତରୀଣ ସୁରକ୍ଷା ସଂସ୍ଥା SBU ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ GURର ସଦସ୍ୟଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ ।
ରୁଷ ସହ ଯୁଦ୍ଧ ଭିତରେ ୟୁକ୍ରେନରୁ ଆସିଛି ଚମକାଇଦେବା ଭଳି ଖବର । ଶତ୍ରୁ ସହ ନୁହେଁ, ବରଂ ୟୁକ୍ରେନର ଦୁଇ ସୁରକ୍ଷା ସଂସ୍ଥାର ଯବାନ ପରସ୍ପର ଉପରକୁ ଚଳାଇଛନ୍ତି ଗୁଳି । ରାଜଧାନୀ କିଭ୍ରେ ୟୁକ୍ରେନର ଆଭ୍ୟନ୍ତରୀଣ ସୁରକ୍ଷା ସଂସ୍ଥା SBU ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ GURର ସଦସ୍ୟଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ । ଘଟଣାରେ ୩ ଜଣ ଅଧିକାରୀ ଗୁରୁତର ଆହତ ହୋଇଥିବା କୁହାଯାଉଛି ।
ଆଉ ନିଜ ଦେଶର ଦୁଇ ସୁରକ୍ଷା ସଂସ୍ଥା ମଧ୍ୟରେ ଏଭଳି ସଂଘର୍ଷକୁ ନେଇ ପ୍ରବଳ ରାଗିଛନ୍ତି ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି । ପୂରା ଘଟଣାକୁ ସେ ‘ସମ୍ପୂର୍ଣ୍ଣ ଲଜ୍ଜାଜନକ’ ବୋଲି କହିଛନ୍ତି । ଜେଲେନସ୍କିଙ୍କ କଡ଼ା ବାର୍ତ୍ତା ୟୁକ୍ରେନର ବନ୍ଧୁକ କେବଳ ଦେଶର ସୁରକ୍ଷା ପାଇଁ ରୁଷୀୟ ଆକ୍ରମଣକାରୀଙ୍କ ବିରୋଧରେ ଉଠିବା କଥା। ନିଜ ନିଜ ମଧ୍ୟରେ ଗୁଳି ଚଳାଇବାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ।
ଘଟଣା ପରେ ତୁରନ୍ତ ତଦନ୍ତକାରୀ ଓ ପ୍ରୋସିକ୍ୟୁଟରଙ୍କ ବୈଠକ ଡାକିବା ସହ SBUର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଦରୁ ବହିଷ୍କାର କରିଛନ୍ତି ଜେଲେନସ୍କି । ଏହାସହ ଗୁଳିବିନିମୟ କାହିଁକି ହେଲା, ତାହା ଦେଶବାସୀଙ୍କ ସାମ୍ନାରେ ସ୍ପଷ୍ଟ କରିବାକୁ ଉଭୟ ସଂସ୍ଥାକୁ କୁହାଯାଇଛି ।
-କିନ୍ତୁ ପ୍ରଶ୍ନ ନିଜ ନିଜ ମଧ୍ୟରେ କାହିଁକି ଚାଲିଲା ଗୁଳି?
ୟୁକ୍ରେନ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ‘ରୁଷିଆନ୍ ଭୋଲୋଣ୍ଟିଅର୍ କୋର୍’ର ଉପ-କମାଣ୍ଡର ଷ୍ଟେପାନ୍ କାପ୍ଲୁନୋଭଙ୍କୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। କାପ୍ଲୁନୋଭଙ୍କୁ ତାଙ୍କ ଘର ବାହାରୁ ଅପହରଣ କରାଯାଇଥିବା ଅଭିଯୋଗ ପରେ ଘଟଣାରେ SBU ଓ GUR ସକ୍ରିୟ ହୋଇଥିଲେ। ଏହାପରେ କିଭ୍ର ରାସ୍ତାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । SBUର ଦାବି, ଏକ ଘଟଣାର ତଦନ୍ତ କରୁଥିବାବେଳେ ଏକ ବିଲ୍ଡିଂରୁ ସଶସ୍ତ୍ର ବ୍ୟକ୍ତି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ପରେ ଗୁଳି ଚଳାଇଥିବା ବ୍ୟକ୍ତିମାନେ ୟୁକ୍ରେନ ସେନାର ଏକ ଶାଖା ସହ ଜଡ଼ିତ ବୋଲି SBU ଅଭିଯୋଗ କରିଛି ।
What's Your Reaction?