କୁବେର ଏସିଏଫ୍‌ଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

Dec 6, 2024 - 14:10
 0  4
କୁବେର ଏସିଏଫ୍‌ଙ୍କ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍‌ ରେବତୀ ରମଣ ଯୋଶୀଙ୍କ ଏକକାଳୀନ ୯ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନ୍ସ। ସେଥିମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ଯୋଶୀଙ୍କ ସମ୍ବଲପୁରର ଡିଅର ପାର୍କରେ ଥିବା ସରକାରୀ ବାସଭବନ, ସମ୍ବଲପୁର କାର୍ଯ୍ୟାଳୟ ଚାମ୍ବର, ସମ୍ବଲପୁରର ଅଇଁଠାପାଲିସ୍ଥିତ ତାଙ୍କର ତିନି ମହଲା କୋଠା, ସମ୍ବଲପୁର ବ୍ରିଜଧାମମ ହାଉସିଂ ସୋସାଇଟି, କାହ୍ନେୟା ବ୍ଲକର ଫ୍ଲାଟ ନମ୍ବର ଜି-୫, ଓ ଜି-୬, ସମ୍ବଲପୁର ଫାର୍ମ ରୋଡ, ସିଟି ପ୍ରାଇଡ ଆପାର୍ଟମେଣ୍ଟ ବିଲଡିଂ ଫ୍ଲାଟ ନମ୍ବର ଏ-୪୦୬, ସମ୍ବଲପୁର-ଝିରସୁଗୁଡା ରାସ୍ତା ସମ୍ବଲପୁରର ମାଲିପାଲିରେ ଏକ ମହଲା ବିଶିଷ୍ଟ ବ୍ୟବସାୟିକ କୋଠା, ବରଗଡ଼ ଜିଲା ପଦ୍ମପୁରର ଥିବା ଏକ ମହଲା କୋଠା, ବରଗଡ଼ ଜିଲା ବିଜେପୁର ବଲଣ୍ଡା ଯୋଶୀଙ୍କ ପୈତୃକ ଘର । ଚଢ଼ାଉ ବେଳେ ପ୍ରାଥମିକ ପର୍ଯାୟରେ ଯୋଶୀଙ୍କ ସମ୍ବଲପୁରର ଡିଅର ପାର୍କସ୍ଥିତ ସରକାରୀ ବାସଭବନରୁ ନଗଦ ୧୪.୫ ଲକ୍ଷ ଟଙ୍କା ଜବତ କରାଯାଇଥିବା ମିଳିଛି ସୂଚନା।

What's Your Reaction?

like

dislike

love

funny

angry

sad

wow