କୁମ୍ଭ ସ୍ନାନରେ ମହିଳାଙ୍କ ଭିଡିଓ ବିକ୍ରି କରୁଥିବା ୩ ଅଭିଯୁକ୍ତ ଗିରଫ

ମହାକୁମ୍ଭରେ ସ୍ନାନ କରୁଥିବା ଯୁବତୀ ଏବଂ ଝିଅ ମାନଙ୍କର ଅସଂଯତ ଅବସ୍ଥାର ଫଟୋ ଏବଂ ଭିଡିଓ କରି ଅନଲାଇନରେ ବିକ୍ରି କରୁଥିବା ୩ ଜଣଙ୍କୁ ଗିରଫ କରିଛି ଅହମଦାବାଦ କ୍ରାଇମବ୍ରାଞ୍ଚ ପୋଲିସ। ସେମାନେ ହେଲେ ଚନ୍ଦ୍ର ପ୍ରକାଶ ଫୁଲଚନ୍ଦ, ପ୍ରଜ୍ୱଲ ଅଶୋକ ତେଲି ଓ ପ୍ରଜ ରାଜେନ୍ଦ୍ର ପାଟିଲ। ଏହି ଘଟଣାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ଥିବା କରାଯାଉଛି ଆଶଙ୍କା। ଏଣୁ ମାମଲାର ଅଧିକ ତଦନ୍ତ କରୁଛି ପୋଲିସ୍। ସୂଚନା ଅନୁସାରେ ,ମହାକୁମ୍ଭ ସ୍ନାନ କାଳରେ ମହିଳାଙ୍କ ଭିଡିଓ ରେକର୍ଡ କରି ସେଗୁଡିକୁ ୟୁଟ୍ୟୁବ୍ ଓ ଟେଲିଗ୍ରାମ ଭଳି ପ୍ଲାଟଫର୍ମକୁ ବିକ୍ରି କରୁଥିଲେ ଅଭିଯୁକ୍ତ।ମହାକୁମ୍ଭ ଭଳି ବଡ଼ ଧାର୍ମିକ ଆୟୋଜନରେ ଏପରି ଘଟଣା ସାମ୍ନାକୁ ଆସିବା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଉଠିଛି ପ୍ରଶ୍ନବାଚୀ ।
What's Your Reaction?






