କେରଳର ଓ୍ବାୟାନାଡରେ ଭୁସ୍ଖଳନ, ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

କେରଳ ଓ୍ବାୟାନାଡ ଜିଲ୍ଲା ମେପ୍ପଡି ନିକଟସ୍ଥ ପାହାଡିଆ ଅଞ୍ଚଳରେ ହୋଇଛି ଭୟଙ୍କର ଭୁସ୍ଖଳନ। ଏଥିରେ ଶିଶୁ ସମେତ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ୧୦୦ରୁ ଅଧିକ ମାଟି ତଳେ ଫସିରହିଥିବା ନେଇ କରାଯାଉଛି ଆଶଙ୍କା । ସେପଟେ ପାଖାପାଖି ୪୦୦ ଘର ମାଟିରେ ପୋତି ଯାଇଥିବାରୁ ବେଘର ହୋଇଯାଇଛନ୍ତି ଅନେକ ପରିବାର। ପ୍ରବଳ ବର୍ଷା ଯୋଗୁଁ ମାଟି ଧସିଯାଇଥିବା ବେଳେ ଜାରି ରହିଛି ଉଦ୍ଧାର କାର୍ଯ୍ୟ।ଘଟଣା ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।
What's Your Reaction?






