ଖୁବ୍ଶୀଘ୍ର ଓଡ଼ିଆରେ ଅନୁବାଦ ହେବ ଇଞ୍ଜିନିୟରିଂ ତୃତୀୟ ଓ ଚତୁର୍ଥ ବର୍ଷ ପାଠ୍ୟପୁସ୍ତକ
ଇଞ୍ଜିନିୟରିଂ ତୃତୀୟ ଓ ଚତୁର୍ଥ ବର୍ଷ ପାଠ୍ୟପୁସ୍ତକ ଖୁବ୍ଶୀଘ୍ର ଓଡ଼ିଆରେ ହେବ ଅନୁବାଦ । ୫ଟି ଷ୍ଟ୍ରିମ୍ରେ ଏହା ମିଳିବ ବୋଲି ଏଆଇସିଟିଇ ଅଧ୍ୟକ୍ଷ ଟିଜି ସୀତାରାମ ଦେଇଛନ୍ତି ସୂଚନା । ଏନେଇ ମଧ୍ୟ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏହାପୂର୍ବରୁ ପ୍ରଥମ ବର୍ଷ ବିଟେକ ପାଠ୍ୟକ୍ରମର ପାଠ୍ୟପୁସ୍ତକର ଶେଷ ହୋଇଛି ଓଡ଼ିଆ ଅନୁବାଦ। ଦ୍ବିତୀୟ ବର୍ଷର ପାଠ୍ୟପୁସ୍ତକ ଅନୁବାଦ କାର୍ଯ୍ୟ ଜାରି ରହିଛି। ଏସମସ୍ତ ପୁସ୍ତକକୁ ଏଆଇସିଟିଇର ଇକୁମ୍ବ ୱେବ୍ସାଇଟ୍ରେ କରାଯାଇଛି ଅପଲୋଡ। ବର୍ତ୍ତମାନ ସୁଦ୍ଧା ପ୍ରଥମ ବର୍ଷର ୨୦ଟି ବିଟେକ ଓ ଡିପ୍ଲୋମା ପାଠ୍ୟପୁସ୍ତକକୁ କରାଯାଇଛି ଅପଲୋଡ । ଇଞ୍ଜିନିୟରିଂର ପ୍ରଥମରୁ ଚତୁର୍ଥ ବର୍ଷ ଯାଏ ଏବଂ ଡିପ୍ଲୋମା ପ୍ରଥମରୁ ତୃତୀୟ ବର୍ଷ ଯାଏ ପାଠ୍ୟପୁସ୍ତକ ଓଡ଼ିଆରେ ହେବ ଉପଲବ୍ଧ। ଦେଶର ୧୩ଟି ଭାଷାରେ ଇଞ୍ଜିନିୟରିଂ ଓ ଡିପ୍ଲୋମା ପାଠ୍ୟପୁସ୍ତକ ହୋଇଛି ଅନୁବାଦ। ଏଆଇ ଆଇସିଟିଇ ପକ୍ଷରୁ ୧୦୦୦ ପାଠ୍ୟପୁସ୍ତକ ଓଡ଼ିଆ ଓଡ଼ିଆ ଭାଷାରେ ବିଭିନ୍ନ କଲେଜକୁ ପ୍ରଦାନ କରାଯାଇଛି ବୋଲି ଟିଜି ସୀତାରାମ କହିଛନ୍ତି।
What's Your Reaction?