ଖୋଲୁଛି ଖଣ୍ଡଗିରି ଶ୍ରୀବୈକୁଣ୍ଠ ଧାମ ଆଶ୍ରମର ଗୁମର
ଦିନକୁ ଦିନ ଖୋଲୁଛି ଖଣ୍ଡଗିରି ଶ୍ରୀବୈକୁଣ୍ଠ ଧାମ ଆଶ୍ରମର ଗୋଟେ ପରେ ଗୋଟେ ଗୁମର ।ଆଶ୍ରମ ଆଳରେ ସେଠାରେ ସେକ୍ସ ରାକେଟ ଚାଲୁଥିବା ନେଇ ଆତ୍ମଘୋଷିତ ବାବା କାଶୀନାଥଙ୍କ ଅତି ନିକଟତର ଶିଷ୍ୟ କେ କ୍ରୀଷ୍ଣା ନନ୍ଦ ପ୍ରଭୁ, ବାବା କାଶୀନାଥ, କାଶୀନାଥଙ୍କ ପୁଅ ସତୀଶ ଓରଫ ଅନନ୍ତ ମାଧବ, ପାଣ୍ଡବ ପରିଡା, ମୋହନ ବେହେରା ଓ ହରିଆଣାର ଭିକି ନାମକ ମହିଳା, ପେଜୁ ଓ ସୁଧୀର ନାମକ ଅନ୍ତେବାସୀଙ୍କ ନାଁରେ ହୋଇଛି ଅଭିଯୋଗ। କୃଷ୍ଣ ନନ୍ଦ ପ୍ରଭୁ ନାମକ ଜଣେ ବ୍ୟକ୍ତି ଜୀତେନ କୁମାର ଗିରିଙ୍କ ପତ୍ନୀଙ୍କୁ ନେଇ ଫେରାର ହୋଇଯାଇଥିବା ହୋଇଛି ଅଭିଯୋଗ । ଏଥିରେ ବାବା କାଶୀନାଥଙ୍କ ରହିଛି ସମ୍ପୃକ୍ତି । ତେବେ ଏହି ନୂଆ ଚେହରା ସାମ୍ନାକୁ ଆସିଥିବା ବେଳେ କିଏ ସେ କେ କ୍ରୀଷ୍ଣା ନନ୍ଦ ପ୍ରଭୁ? କିଏ ସେ ଭିକି ମା’? କ’ଣ ଥିଲା ଭିକି ମା’ଙ୍କ ଭୂମିକା? ହରିୟାଣାର ଭିକି ମା’ ଆଶ୍ରମରେ କରୁଥିଲେ କ’ଣ? ବୋଲି ଉଠିଛି ଅନେକ ପ୍ରଶ୍ନ।ଅନ୍ୟପଟେ ଭାଇରାଲ୍ ହେଉଛି ଖଣ୍ଡଗିରିର କୁନି କଳକୀ ବାବା ଜିମ୍ ଯାଉଥିବା ଫଟୋ।
What's Your Reaction?