ଗଞ୍ଜାମ ପୁଲିସର ଜରୁରୀକାଳୀନ ନମ୍ବର ଜାରି : ୧୧୨ ନମ୍ବରରେ ଯୋଗାଯୋଗ କରିବେ

Oct 25, 2026 - 12:37
ଗଞ୍ଜାମ ପୁଲିସର ଜରୁରୀକାଳୀନ ନମ୍ବର ଜାରି : ୧୧୨ ନମ୍ବରରେ ଯୋଗାଯୋଗ କରିବେ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ଜରୁରୀକାଳୀନ ଯୋଗାଯୋଗ ନମ୍ବର ଜାରି କରାଯାଇଛି। ବାତ୍ୟା ସମୟରେ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ଲୋକେ 

  ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ପୁଲିସ ଜିଲ୍ଲା ପକ୍ଷରୁ ଜରୁରୀକାଳୀନ ଯୋଗାଯୋଗ ନମ୍ବର ଜାରି କରାଯାଇଛି । ବାତ୍ୟା ସମୟରେ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ଲୋକେ ୧୧୨ ନମ୍ବରରେ ଯୋଗାଯୋଗ କରିପାରିବେ। ଏଥିସହ ଗଞ୍ଜାମ ପୁଲିସ ପକ୍ଷରୁ ଜାରି କରାଯାଇଥିବା ସିୟୁଜି ନମ୍ବର ମାଧ୍ୟମରେ ମଧ୍ୟ ନିଜ ଅଞ୍ଚଳର ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗ କରିହେବ। 

ଲୋକଙ୍କୁ ତୁରନ୍ତ ପୁଲିସ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଗଞ୍ଜାମ ପୁଲିସ ପକ୍ଷରୁ ସମସ୍ତ ଏସଡିପିଓଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନଙ୍କ ସିୟୁଜି ନମ୍ବର ଜାରି କରାଯାଇଛି। ବାତ୍ୟା ସମୟରେ ଲୋକେ ଆତଙ୍କିତ ନହୋଇ ଜରୁରୀ ପରିସ୍ଥିତିରେ ନିକଟସ୍ଥ ପୁଲିସ ଅଧିକାରୀ କିମ୍ବା ୧୧୨ ନମ୍ବରରେ ଯୋଗାଯୋଗ କରିବାକୁ ଗଞ୍ଜାମ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ମୁକାବିଲା କରିବା ସହ ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବାକୁ ସୁନିଶ୍ଚିତ କରିବା ପାଇଁ ଗଞ୍ଜାମ ପୁଲିସ ସଜାଗ ରହିଥିବା ସୂଚନା ମିଳିଛି। 

What's Your Reaction?

like

dislike

love

funny

angry

sad

wow