ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି, ଏବେ ୧୦ ନୁହେଁ ପିୟୁସିସି ପାଇଁ ଦେବାକୁ ପଡ଼ିବ ୬ ହଜାର ଜରିମାନା
ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି! ୧୦ ହଜାରରୁ ୬ ହଜାରକୁ ଖସିଲା ପିୟୁସିସି ଜରିମାନା। ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କଲେ ପରିବହନ ମନ୍ତ୍ରୀ ବିଭୂତି ଜେନା।
ନୂତନ ସଂଶୋଧନ ଅନୁଯାୟୀ ମୋଟରସାଇକେଲ କିମ୍ବା ବାଇକ୍ ଏବଂ ତିନି ଚକିଆ ଗାଡ଼ି ପ୍ରଥମ ଥର ନିୟମ ଉଲ୍ଲଙ୍ଘନ କଲେ ୧ହଜାର ଟଙ୍କା ଏବଂ ଦ୍ଵିତୀୟ ନିୟମ ଉଲ୍ଲଙ୍ଘନ କଲେ ୨ ହଜାର ଟଙ୍କା ଜରିମାନା ଦେବେ।
ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି! ୧୦ ହଜାରରୁ ୬ ହଜାରକୁ ଖସିଲା ପିୟୁସିସି ଜରିମାନା। ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କଲେ ପରିବହନ ମନ୍ତ୍ରୀ ବିଭୂତି ଜେନା। ନୂତନ ସଂଶୋଧନ ଅନୁଯାୟୀ ମୋଟରସାଇକେଲ କିମ୍ବା ବାଇକ୍ ଏବଂ ତିନି ଚକିଆ ଗାଡ଼ି ପ୍ରଥମ ଥର ନିୟମ ଉଲ୍ଲଙ୍ଘନ କଲେ ୧ହଜାର ଟଙ୍କା ଏବଂ ଦ୍ଵିତୀୟ ନିୟମ ଉଲ୍ଲଙ୍ଘନ କଲେ ୨ ହଜାର ଟଙ୍କା ଜରିମାନା ଦେବେ। ସେହିପରି ମୋଟର କ୍ୟାବ୍, ଟ୍ରାକ୍ଟର କିମ୍ବା ଟ୍ରେଲର କ୍ଷେତ୍ରରେ ପ୍ରଥମ ଥର ୨ ହଜାର ଏବଂ ଦ୍ବିତୀୟ ଥର ନିୟମ ଭାଙ୍ଗିଲେ ୫ ହଜାରର ଜରିମାନା ଗଣିବେ। ଏହି ସମସ୍ତ ଶ୍ରେଣୀରେ ଅନ୍ତର୍ଭୁକ୍ତ ହୋଇନଥିବା ପରିବହନ ଗାଡ଼ି ଏବଂ ଅନ୍ୟାନ୍ୟ ସମସ୍ତ ଯାନ ପାଇଁ ପ୍ରଥମ ଥର ନିୟମ ଉଲ୍ଲଙ୍ଘନ କଲେ ୩ହଜାର ଏବଂ ଦ୍ଵିତୀୟ କିମ୍ବା ପରବର୍ତ୍ତୀ ସମୟ ପାଇଁ ୬ହଜାର ଜରିମାନା ଦେବାକୁ ହେବ। ବାସ୍ତବରେ ୨୦୧୯ ମସିହାରେ ତତ୍କାଳୀନ ରାଜ୍ୟ ସରକାର ଏହି ଜରିମାନା ରାଶି ଧାର୍ୟ୍ୟ କରିଥିଲେ। ତେବେ ମୋହନ ମାଝୀଙ୍କ ନେତୃତ୍ବରେ ବିଜେପି ସରକାର ଜନସାଧାରଣଙ୍କ ଦାବିକୁ ସମ୍ମାନ ଦେଇ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଥିବା ପରିବହନ ମନ୍ତ୍ରୀ କହିଛନ୍ତି। ପ୍ରଦୂଷଣ ଆଇନରେ ଏହି ପରିବର୍ତ୍ତନ ଗାଡ଼ି ଚାଳକଙ୍କ ପାଇଁ ଆଣିଛି ଆଶ୍ୱସ୍ତି।
What's Your Reaction?