ଚଳିତ ବର୍ଷ ଠୁ ସାରା ବିଶ୍ବରେ ଜୁନ ୧୧ରେ ପାଳିତ ହେବ ଆନ୍ତର୍ଜାତିକ ଖେଳ ଦିବସ

Jun 11, 2024 - 12:39
 0  3
ଚଳିତ ବର୍ଷ ଠୁ ସାରା ବିଶ୍ବରେ ଜୁନ ୧୧ରେ ପାଳିତ ହେବ ଆନ୍ତର୍ଜାତିକ ଖେଳ ଦିବସ

ଚଳିତ ବର୍ଷଠାରୁ ସାରା ବିଶ୍ବରେ ଜୁନ ୧୧ରେ ପାଳିତ ହେବ ଆନ୍ତର୍ଜାତିକ ଖେଳ ଦିବସ । ଏହି ଦିବସ ପାଳନକୁ ସ୍ବୀକୃତି ଦେଇଛି ଜାତିସଂଘ । ଶିଶୁ ଅଧିକାର ସଂକ୍ରାନ୍ତ ଅନ୍ତର୍ଜାତୀୟ କନଭେନସନ ଅବସରରେ ବିଶ୍ବ ଖେଳ ଦିବସକୁ ପାଳନ କରିବାକୁ ଦିଆଯାଇଛି  ଆହ୍ବାନ । ଏହି ଦିବସର ବିଶେଷତ୍ବ ହେଲା ୧୮ ବର୍ଷ ବୟସରୁ କମ ବୟସର ସମସ୍ତ ପିଲାଙ୍କୁ ଖେଳିବାର ଅଧିକାର ପ୍ରଦାନ ।ପ୍ରତି ଶିଶୁ ଯେପରି ଖେଳିବାର ଅଧିକାର ପାଇବେ ତଥା ସେମାନଙ୍କୁ ଏଦିଗରେ ପ୍ରେରଣା ଦିଆଯିବା ହିଁ ଏହି ଦିବସର ବିଶେଷତ୍ବ ।  ଦୁର୍ବଳ ବର୍ଗର ଶିଶୁ, ଭିନ୍ନକ୍ଷମ, ସ୍କୁଲ ବାହାରେ ଥିବା ଶିଶୁ ଓ କାମ କରୁଥିବା ଶିଶୁମାନଙ୍କ ବିକାଶ ଲାଗି ଏହି ଦିବସରେ ଦିଆଯାଇଛି ବାର୍ତ୍ତା ଶିଶୁମାନଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ସୁସ୍ଥ ରଖିବା, ସାମାଜିକ ସଂହତି, ସୃଜନଶୀଳତାର ବିକାଶ, ଆତ୍ମପ୍ରତ୍ୟୟ ସୃଷ୍ଟି, ଡ୍ରଗ୍ସ ଓ ଡିଜିଟାଲ ଆଡିକ୍ସନରୁ ଦୂରରେ ରଖିବା ଏହି ଦିବସ ଉଦ୍ଦେଶ୍ଯ । ଏହି ଦିବସରେ ଗ୍ରାମ ପଞ୍ଚାୟତସ୍ତରୀୟ ସଚେତନତା କେନ୍ଦ୍ର ପକ୍ଷରୁ କରାଯିବ ବିଭିନ୍ନ କାର୍ଯ୍ୟକ୍ରମ । ଖୋଖୋ, କବାଡି, ଥ୍ରୋବଲ, ଭଲିବଲ, ଚସ, ସାପ-ଶିଡି, ଲୁଡୁ ଖେଳ ଆଦି କରିବା ଲାଗି ଦିଆଯାଇଛି ପରାମର୍ଶ  ।

What's Your Reaction?

like

dislike

love

funny

angry

sad

wow