ଚାକିରି ନିୟମିତ ପାଇଁ ୨୫ବର୍ଷ ଧରି ଆଇନଗତ ଲଢେଇ : ଏବେ ହେବ ସ୍ଥାୟୀ ନିଯୁକ୍ତି

Sep 5, 2026 - 14:50
 0  0
ଚାକିରି ନିୟମିତ ପାଇଁ ୨୫ବର୍ଷ ଧରି ଆଇନଗତ ଲଢେଇ : ଏବେ ହେବ ସ୍ଥାୟୀ ନିଯୁକ୍ତି

ଦୀର୍ଘ ୨୫ ବର୍ଷର କାର୍ଯ୍ୟକାଳ ଆଇନଗତ ଲଢ଼େଇ ପରେ ଶେଷରେ ନ୍ୟାୟ ପାଇଛନ୍ତି କୃଷି ସମ୍ପ୍ରସାରଣ ପରିଚାଳନା ସଂସ୍ଥାନ(ଇମେଜ)ର ଚୁକ୍ତିଭିତ୍ତିକ ଡ୍ରାଇଭର ଶିବ ପ୍ରସାଦ ବିଶ୍ୱାଳ 

ଦୀର୍ଘ ୨୫ ବର୍ଷ ଧରି ଚୁକ୍ତିଭିତ୍ତିକ ଭାବେ କାମ କରିବା ପରେ ଶେଷରେ ନ୍ୟାୟ ପାଇବା ଘଟଣା ଶିବ ପ୍ରସାଦ ବିଶ୍ୱାଳଙ୍କ ପାଇଁ ଏକ ବଡ଼ ସଫଳତା ହୋଇଛି। ବାରମ୍ବାର ଆବେଦନ, ଦୀର୍ଘ ଆଇନଗତ ଲଢ଼େଇ ଏବଂ ହାଇକୋର୍ଟର ଦ୍ୱାରସ୍ଥ ହେବା ପରେ ଶେଷରେ ତାଙ୍କ ସପକ୍ଷରେ ଆସିଛି ରାୟ। ବିଶେଷ କଥା ହେଉଛି, ୨୦୧୮ ମସିହାରେ ତାଙ୍କ ଚାକିରି ନିୟମିତ କରିବା ପାଇଁ ଅନୁମୋଦନ ମିଳିଥିଲେ ମଧ୍ୟ ତାହା ଦୀର୍ଘ ବର୍ଷ ଧରି କାର୍ଯ୍ୟକାରୀ ହୋଇନଥିଲା। ଫଳରେ ନିଜର ଚାକିରି ସୁରକ୍ଷା ଓ ନ୍ୟାୟ ପାଇଁ ତାଙ୍କୁ ଦୀର୍ଘ ସମୟ ଧରି ଆଇନଗତ ଲଢ଼େଇ କରିବାକୁ ପଡ଼ିଥିଲା।

ସମସ୍ତ ତଥ୍ୟ ଓ ପୂର୍ବ ନିଷ୍ପତ୍ତିକୁ ବିଚାର କରି ଓଡ଼ିଶା ହାଇକୋର୍ଟ ପୂର୍ବର ଖାରଜ ଆଦେଶକୁ ରଦ୍ଦ କରିଛନ୍ତି। ୧୨ଶ କାର୍ଯ୍ୟକାରୀ କମିଟିର ନିଷ୍ପତ୍ତିକୁ ଆଧାର କରି ଦୁଇ ମାସ ମଧ୍ୟରେ ଶିବ ପ୍ରସାଦ ବିଶ୍ୱାଳଙ୍କ ଚାକିରି ନିୟମିତ କରିବାକୁ ଇମେଜ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।୨୫ ବର୍ଷର ଅପେକ୍ଷା ପରେ ମିଳିଲା ନ୍ୟାୟ। ଜଣେ ଚୁକ୍ତିଭିତ୍ତିକ ଡ୍ରାଇଭରଙ୍କ ଦୀର୍ଘ ଲଢ଼େଇର ଶେଷରେ ହାଇକୋର୍ଟଙ୍କ ବଡ଼ ରାୟ। ଏବେ ନିର୍ଦ୍ଧାରିତ ଦୁଇ ମାସ ମଧ୍ୟରେ ଇମେଜ କର୍ତ୍ତୃପକ୍ଷ କିପରି ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁଛନ୍ତି, ତାହା ଉପରେ ରହିବ ସମସ୍ତଙ୍କ ନଜର। 

What's Your Reaction?

like

dislike

love

funny

angry

sad

wow