ଛାତ୍ର ସଂସଦ ନିର୍ବାଚନ ଉପରେ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

୬ ବର୍ଷ ପରେ ୨୦୨୪-୨୫ ଶିକ୍ଷା ବର୍ଷରେ ଅନୁଷ୍ଠିତ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ । ଏବିଭିପି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଛାତ୍ର ନିର୍ବାଚନ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। କେବେ ବନ୍ଦ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ। ଛାତ୍ର ଶକ୍ତିକୁ ଭୟ କରି ଏହାକୁ ବନ୍ଦ କରିଥିଲେ ପୂର୍ବ ସରକାର। ଛାତ୍ର ସଂସଦ ନିର୍ବାଚନ ବହୁ ଆଗରୁ ଚାଲି ଆସିଛି । କିନ୍ତୁ ପୂର୍ବ ସରକାର ଏହାକୁ କାହିଁକି ବନ୍ଦ କରିଥିଲେ, ସେନେଇ ଆଜି ଯାଏ ରଖିଲେନି ସ୍ପଷ୍ଟୀକରଣ ।
What's Your Reaction?






