ଝେଲମ ନଦୀ ପାଣି ଛାଡିଲା ଭାରତ , ପାକିସ୍ତାନରେ ବନ୍ୟା

 ଝେଲମ ନଦୀ ପାଣି ଛାଡିଲା ଭାରତ , ପାକିସ୍ତାନରେ ବନ୍ୟା

 ଭାରତ ଝେଲମ ନଦୀ ପାଣି ଛାଡିଦେବାରୁ ପାକିସ୍ତାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ପାକିସ୍ତାନର ମୁଜାଫରବାଦରେ ଜାରି କରାଯାଇଛି ଜରୁରୀକାଳୀନ ସତର୍କତା।। ବିନା କୌଣସି ସୂଚନାରେ ଭାରତ ଜଳ ଛାଡିଦେଇଥିବା ନେଇ ଅଭିଯୋଗ କରିଛି ପାକିସ୍ତାନ ।  ଜଳମଗ୍ନ ହୋଇଯାଇଛି ପାକିସ୍ତାନର ଛକୋଟି ସୀମାରୁ ମୁଜାଫରବାଦ ପର୍ଯ୍ୟନ୍ତ ଅଞ୍ଚଳ । ଲୋକଙ୍କୁ ଉଦ୍ଧାର କରିବାକୁ ଜାରି ରହିଛି ଅଭିଯାନ । ଗୋଟିଏ ପଟେ ଭାରତ ସିନ୍ଧୁ ନଦୀରେ ଡ୍ୟାମ ପାଣି ଅଟକ ରଖିଥିବା ଯୋଗୁଁ ପାକିସ୍ତାନରେ କିଛି ଅଞ୍ଚଳରେ ଜଳର ଅଭାବ ଦେଖାଦେଇଥିବାବେଳେ ଅନ୍ୟପଟେ ଝେଲମ ନଦୀରେ ପାଣି ଛାଡିଦେବା ଯୋଗୁ  ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି।