ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଚଢାଉ

Jan 7, 2025 - 14:25
 0  5
ଠକ ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଚଢାଉ

ଦୀର୍ଘ ଦିନ ହେଲା ରାଜଧାନୀର ଛାତି ଉପରେ ରାକେଟ ଚଳାଇଥିବା ବଣ୍ଟି- ବବଲି ଯୋଡ଼ିଙ୍କୁ ବାନ୍ଧି ସାରିଛି ପୁଲିସ୍‌।ଆଜି ମହାଠକ ହଂସିତା ଅଭିଲିପ୍ସାଙ୍କ ଘର ସମେତ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଆୟକର ଦଳ। ଭୁବନେଶ୍ୱର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ। ଆକାଉଣ୍ଟ କାରବାରର ମଧ୍ଯ ହେଉଛି ଖୋଳତାଡ଼ ।ସେହିପରି ନଗଦ ଦାମୀ ଗାଡ଼ି କିଣିଥିବା ହଁସିକାଙ୍କ ଆକାଉଣ୍ଟରୁ ମିଳିଛି ପ୍ରମାଣ। ଜନ୍ମଦିନରେ ବିନା ଲୋନରେ ପୋର୍ଷେ କାର କିଣିବାକୁ ନେଇ ବିବାଦରେ ପଡ଼ିଥିଲେ ଏହି ଦୁଇ ଅଭିଯୁକ୍ତ ଅନିଲ ମହାନ୍ତି ଓ ହଂସିକା ଅଭିଲିପ୍ସା ଓରଫ ବଣ୍ଟି- ବବଲି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତି ପତିପତ୍ନୀ ହୋଇ ନ ଥିବା ବେଳେ ଉଭୟ କିନ୍ତୁ ଦୀର୍ଘ ଦିନ ହେଲା ନିଜକୁ ପତିପତ୍ନୀର ଦେଉଥିଲେ ପରିଚୟ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଝିଅ-ଜ୍ୱାଇଁ ବୋଲି ମିଛ ପରିଚୟ ଦେଇ ଚଳାଇଥିଲେ ମହାଲୁଟ୍‌ ଅଭିଯାନ।କଳାହାଣ୍ଡିରୁ ଆସିଥିବା ଯୁବତୀ ଜଣଙ୍କ କିଭଳି କୋଟି କୋଟି ଟଙ୍କାର ମାଲିକାଣି ହେଲେ। ଅନିଲଙ୍କୁ କୋଟିପତି କିପରି ବନାଇଲେ ସେ ନେଇ ଚାଲିଛି ଖୋଳତାଡ଼। ଗତମାସ ୨୬ ତାରିଖରେ ଦୁହିଁଙ୍କ ବିରୋଧରେ ଇନଫୋସିଟି ଥାନାରେ ହୋଇଥିଲା ମାମଲା। ପ୍ରଭାବଶାଳୀ ଲୋକଙ୍କ ସହ ଅନ୍ୟ ଫଟୋକୁ ନେଇ ଏଡିଟ କରି କରୁଥିଲେ ବ୍ଲାକମେଲ। ଏ ସମସ୍ତ ଘଟଣାର ତଦନ୍ତ କରୁଛି ସ୍ପେଶାଲ କ୍ରାଇମ ୟୁନିଟ।

What's Your Reaction?

like

dislike

love

funny

angry

sad

wow