ଦିଲ୍ଲୀ ନିର୍ବାଚନ ପାଇଁ ତାରିଖ ଘୋଷଣା,ଫେବ୍ରୁଆରୀ ୫ରେ ଭୋଟ୍
ଆସନ୍ତା ଫେବୃଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବ ଅନୁଷ୍ଠିତ ।ସମସ୍ତ ୭୦ଟି ଯାକ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ପଡିବ ଭୋଟ୍ । ଏହାପରେ ଫେବୃଆରୀ ୮ରେ ଭୋଟ ଗଣତି ସହ ପ୍ରକାଶ ପାଇବ ଫଳାଫଳ । ଏନେଇ ଆଜି ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ସେ ଆହୁରି କହିଛନ୍ତି ଯେ, ଏଥର ଦିଲ୍ଲୀ ସରକାର ବାଛିବାକୁ ଭୋଟ୍ ଦେବେ ୧.୫୫ କୋଟି ଭୋଟର, ଯାହା ଭିତରୁ ୨.୦୮ ଲକ୍ଷ ହେଉଛନ୍ତି ପ୍ରଥମ ଥର ଭୋଟର । ଅନ୍ୟପଟେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରହିବ ମୋଟ ୧୩ ହଜାର ୦୩୩ ପୋଲିଂ ଷ୍ଟେସନ୍ । ସମସ୍ତ ପୋଲିଂ ଷ୍ଟେସନରେ ହେବ ଓ୍ୱେବକାଷ୍ଟିଂ ।
What's Your Reaction?