ଡବ୍‌ଲ୍ୟୁଟିଏ ଫାଇନାଲ୍ସ ସେମିରେ ନୋସ୍କୋଭା

Nov 11, 2026 - 14:40
ଡବ୍‌ଲ୍ୟୁଟିଏ ଫାଇନାଲ୍ସ ସେମିରେ ନୋସ୍କୋଭା

ବର୍ଷର ଶେଷ ଟେନିସ ପ୍ରତିଯୋଗିତା ଚଳିତ ଡବ୍‌ଲ୍ୟୁଟିଏ ଫାଇନାଲ୍ସର ସେମିଫାଇନାଲ୍‌ରେ ଚେକ୍‌ଗଣରାଜ୍ୟର ଲିଣ୍ଡା ନୋସ୍କୋଭା ସ୍ଥାନ ପକ୍କା କରିଛନ୍ତି। ବୁଧବାର ନୋସ୍କୋଭା ସିଧାସଳଖ ୬-୩, ୬-୩ ସେଟ୍‌ରେ ଆମେରିକାର କୋକୋ ଗଫ୍‌ଙ୍କୁ ପରାସ୍ତ କରି ଏହା ନିଶ୍ଚିତ କରିଥିଲେ। 

ବର୍ଷର ଶେଷ ଟେନିସ ପ୍ରତିଯୋଗିତା ଚଳିତ ଡବ୍‌ଲ୍ୟୁଟିଏ ଫାଇନାଲ୍ସର ସେମିଫାଇନାଲ୍‌ରେ ଚେକ୍‌ଗଣରାଜ୍ୟର ଲିଣ୍ଡା ନୋସ୍କୋଭା ସ୍ଥାନ ପକ୍କା କରିଛନ୍ତି। ବୁଧବାର ନୋସ୍କୋଭା ସିଧାସଳଖ ୬-୩, ୬-୩ ସେଟ୍‌ରେ ଆମେରିକାର କୋକୋ ଗଫ୍‌ଙ୍କୁ ପରାସ୍ତ କରି ଏହା ନିଶ୍ଚିତ କରିଥିଲେ। ବିଶ୍ବର ଏକ ନମ୍ବର ଏଲିନା ରିବାକିନା ଅସୁସ୍ଥତା କାରଣରୁ ଏହି ପ୍ରତିଯୋଗିତାରୁ ଓହରି ଯାଇଥିଲେ। ଫଳରେ ତାଙ୍କ ସ୍ଥାନରେ ୱିମ୍ବଲଡନ୍‌ ବିଜୟିନୀ ନୋସ୍କୋଭା ସାମିଲ ହେବା ସହ ଡବ୍‌ଲ୍ୟୁଟିଏ ପଦାର୍ପଣରେ ସେମିଫାଇନାଲ୍‌ରେ ପହଞ୍ଚି ବଡ଼ ସଫଳତା ଅର୍ଜନ କରିଛନ୍ତି। ଅନ୍ୟଏକ ଗ୍ରୁପ୍‌-୧ ମ୍ୟାଚ୍‌ରେ ଆମେରିକାର ଜେସିକା ପେଗୁଲା ୬-୨, ୭-୫ ସେଟ୍‌ରେ ୟୁକ୍ରେନ୍‌ର ମାର୍ତା କୋସ୍ତ୍ୟୁକ୍‌ଙ୍କୁ ହରାଇଛନ୍ତି। ଏହି ପରାଜୟ ସହ କୋସ୍ତ୍ୟୁକ୍ ସେମିଫାଇନାଲ୍‌ର ଦୌଡ଼ରୁ ବାଦ୍‌ ପଡ଼ିଛନ୍ତି। ଏହି ଗ୍ରୁପ୍‌ରେ ଗଫ୍‌ ଓ ପେଗୁଲା ସଂପ୍ରତି ଗୋଟିଏ ଲେଖାଏଁ ବିଜୟ ଓ ପରାଜୟ ପାଇଛନ୍ତି। ଗୁରୁବାର ଶେଷ ଗ୍ରୁପ୍‌ ମ୍ୟାଚ୍‌ ପରେ ନୋସ୍କୋଭାଙ୍କ ସହ ଏହି ଗ୍ରୁପ୍‌ରୁ କିଏ ସେମିଫାଇନାଲ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବ ନିଶ୍ଚିତ ହେବ। 

What's Your Reaction?

like

dislike

love

funny

angry

sad

wow