ଡିଏମକେ ସାଂସଦଙ୍କ ଜରୁରୀ ବୈଠକ : ''ତୃତୀୟ ଫ୍ରଣ୍ଟ'' ଗଠନ ସମ୍ଭାବନା ଜୋର
ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) କୁ ନେଇ ଦେଶବ୍ୟାପୀ ଜାରି ରହିଥିବା ବିକ୍ଷୋଭ ମଧ୍ୟରେ ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ''ଡିଏମକେ'' ଚେନ୍ନାଇରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂସଦଙ୍କ ଜରୁରୀ ବୈଠକ ଡାକିଛନ୍ତି।
ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) କୁ ନେଇ ଦେଶବ୍ୟାପୀ ଜାରି ରହିଥିବା ବିକ୍ଷୋଭ ମଧ୍ୟରେ ତାମିଲନାଡୁର ମୁଖ୍ୟ ବିରୋଧୀ ଦଳ ''ଡିଏମକେ'' ଚେନ୍ନାଇରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂସଦଙ୍କ ଜରୁରୀ ବୈଠକ ଡାକିଛନ୍ତି । ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ''ଏସଆଇଆର୍'' ପ୍ରତିବାଦ ଏବଂ ଆଗାମୀ ରାଜନୈତିକ ରଣନୀତି ଉପରେ ଚର୍ଚ୍ଚା ହେବ ।
ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ଏବଂ ଅନ୍ୟାନ୍ୟ ଯୁବ ନେତାଙ୍କୁ ଦିଲ୍ଲୀ ପୁଲିସ ଦ୍ୱାରା ଅଟକ ରଖାଯିବା ଘଟଣାକୁ ଷ୍ଟାଲିନ୍ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସୋସିଆଲ୍ ମିଡିଆ ''ଏକ୍ସ''ରେ ପୋଷ୍ଟ କରି ସେ ଲେଖିଛନ୍ତି, ଅଭିଜିତ ଦୀପକେ ଓ ନେହା କାହାନ୍ତି? ସେମାନଙ୍କ ସୂଚନା ନଦେଇ ଅଟକ ରଖିବା ବେଆଇନ ଓ ଅମାନବୀୟ। ଆନ୍ଦୋଳନକୁ ଯେତେ ଦବାଇବାକୁ ଚେଷ୍ଟା କରାଯିବ, ଏହା ସେତେ ଶକ୍ତିଶାଳୀ ହେବ। ଏହାସହ ସେ ‘ଜ୍ଞାନେଶ କୁମାର ମଷ୍ଟ ଗୋ’ ହ୍ୟାସଟ୍ୟାଗ୍ ସହ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି କରିଛନ୍ତି।
ତାମିଲନାଡୁରେ କଂଗ୍ରେସ ସହ ସମ୍ପର୍କ ଛିନ୍ନ ହେବା ପରେ ଡିଏମକେ ''ଇଣ୍ଡିଆ'' ମେଣ୍ଟଠାରୁ ଦୂରତା ବଜାୟ ରଖିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଏମକେ ଏବେ ସିଜେପି ଏବଂ କେତେକ ଆଞ୍ଚଳିକ ଦଳକୁ ନେଇ ଏକ ''ତୃତୀୟ ଫ୍ରଣ୍ଟ'' ଗଠନ କରିବାକୁ ଉଦ୍ୟମ ଚଳାଇଛି। ଏହି ସିଜେପି ନେତାମାନଙ୍କୁ ଆଇନଗତ ସହାୟତା ଯୋଗାଇଦେବାକୁ ମଧ୍ୟ ଡିଏମକେ ଘୋଷଣା କରିଛି। ଅପରପକ୍ଷରେ, ଚଳିତ ମାସ ଶେଷରେ ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକି ପରିସୀମନ ଓ ମହିଳା ଆରକ୍ଷଣ ବିଲ୍ ଆଗତ କରିବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ଚାଲିଛି। ୨୨ ଜଣ ସାଂସଦ ଥିବା ଡିଏମକେ ପରିସୀମନର କଠୋର ସମାଲୋଚକ ହୋଇଥିଲେ ହେଁ, ବିଲ୍ ପାରିତ ପାଇଁ କେନ୍ଦ୍ର ସରକାର ଡିଏମକେ ସହ ପଛପଟେ ସଲାସୁତରା କରିଥିବା ଏବଂ ୫୦ପ୍ରତିଶତ ଆସନ ବୃଦ୍ଧିର ପ୍ରତିଶ୍ରୁତି ଦେଇ ସମର୍ଥନ ହାସଲ ପାଇଁ ଚେଷ୍ଟା କରୁଥିବା ଜଣାପଡ଼ିଛି।
What's Your Reaction?