ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା, ୭ ଅଭିଯୁକ୍ତ ଗିରଫ
ଯାଜପୁର ବ୍ୟାସନଗର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣାରେ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୋଲିସ। ଟ୍ରାକ୍ଟର ମାଲିକ, ଡ୍ରାଇଭର ସମେତ ଗିରଫ ହୋଇଛନ୍ତି ୭ ଅଭିଯୁକ୍ତ । ଏଥିସହ ଜବତ କରାଯଇଛି ୫ଟି ଟ୍ରାକ୍ଟର ଓ ୨ଟି ଜେସିବି ।ଗତକାଲି କୋରେଇ ଥାନା ମୀନାବଜାର ଛକ ନିକଟରେ ଲଘୁ ଖଣିଜ ଲୁଟ୍ ହେଉଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ କରିଥିଲେ ଦୁର୍ବୃତ୍ତ।
What's Your Reaction?