ତିରୁପତି ଲଡୁ ବିବାଦ ମାମଲାର ତଦନ୍ତ କରିବ ଏସଆଇଟି

ତିରୁପତି ଲଡୁ ବିବାଦ ମାମଲାର ତଦନ୍ତ କରିବ ଏସଆଇଟି।ଏନେଇ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚଅଦାଲତ।ସିବିଆଇର ୨ସଦସ୍ୟ, ଆନ୍ଧ୍ର ପ୍ରଦେଶ ରାଜ୍ୟ ପୋଲିସର ୨ ସଦସ୍ୟ ଏବଂ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ର ଜଣେ ବିଶେଷଜ୍ଞଙ୍କୁ ନେଇ ଏହି ଏସଆଇଟି ଗଠନ ପାଇଁ ଦିଆଯାଇଛି ନିର୍ଦ୍ଦେଶ ।କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋର ନିର୍ଦ୍ଦେଶକ ଏସଆଇଟି ଯାଞ୍ଚକୁ କରିବେ ଅନୁଧ୍ୟାନ । ଏନେଇ ଜଷ୍ଟିସ୍ ବି.ଆର୍ ଗଓ୍ବାଇ ଏବଂ ଜଷ୍ଟିସ୍ କେ.ବି ବିଶ୍ବନାଥନଙ୍କ ଖଣ୍ଡପୀଠ କହିଛନ୍ତି ଯେ, ତିରୁପତି ବାଲାଜୀ ହେଉଛନ୍ତି କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥାର ପ୍ରତୀକ । ତିରୁପତିଙ୍କ ପ୍ରସାଦ ଲଡୁ ଘିଅରେ ପଶୁଚର୍ବି ମିଶିବା ଅଭିଯୋଗରେ ଯଦି ସତ୍ୟତା ଥାଏ ତେବେ ଏହା ଗ୍ରହଣୀୟ ନୁହେଁ । ତେଣୁ ନିରପେକ୍ଷ ତଦନ୍ତ ପାଇଁ ନୂଆ ଏସଆଇଟି ଗଠନ ହେବା ଆବଶ୍ୟକ ।
What's Your Reaction?






