ତୁରିନ୍‌ରେ ପୋଲିସ-ବିକ୍ଷୋଭକାରୀ ମୁହାଁମୁହିଁ : ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପାଣିମାଡ଼

Oct 31, 2026 - 15:11
ତୁରିନ୍‌ରେ ପୋଲିସ-ବିକ୍ଷୋଭକାରୀ ମୁହାଁମୁହିଁ : ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପାଣିମାଡ଼

ତୁରିନ୍‌ରେ କିଛି ବିକ୍ଷୋଭକାରୀ ଓ ପୁଲିସ୍  ମଧ୍ୟରେ ସଂଘର୍ଷ ଘଟିଥିଲା । ପୁଲିସ୍  ବ୍ୟାରିକେଡ୍ ନିକଟରେ ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପାଣିମାଡ଼  କରିଥିଲା । ଅନ୍ୟପକ୍ଷରେ ରୋମ୍‌ରେ ପ୍ରଦର୍ଶନକାରୀମାନେ କୋଲୋସିୟମ୍ ନିକଟରେ ଶୋଭାଯାତ୍ରା କରିଥିଲେ 

ତୁରିନ୍‌ରେ କିଛି ବିକ୍ଷୋଭକାରୀ ଓ ପୁଲିସ୍  ମଧ୍ୟରେ ସଂଘର୍ଷ ଘଟିଥିଲା । ପୁଲିସ୍  ବ୍ୟାରିକେଡ୍ ନିକଟରେ ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପାଣିମାଡ଼  କରିଥିଲା ।  ଅନ୍ୟପକ୍ଷରେ ରୋମ୍‌ରେ ପ୍ରଦର୍ଶନକାରୀମାନେ କୋଲୋସିୟମ୍ ନିକଟରେ ଶୋଭାଯାତ୍ରା କରିଥିଲେ। ସେଠାରେ ସପ୍ତାହାନ୍ତ ପର୍ଯ୍ୟନ୍ତ ରହିବା  ପାଇଁ ତମ୍ବୁ ପକାଇବାକୁ କିଛି ଆନ୍ଦୋଳନକାରୀ ଘୋଷଣା କରିଥିଲେ। ତେବେ ଦିନର ଅଧିକାଂଶ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ରହିଛି ।  ହିଂସା ରୋକିବା ପାଇଁ ଇଟାଲୀର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ କିଛି ଲୋକଙ୍କୁ ସତର୍କତାମୂଳକ ଭାବେ ଗିରଫ କରାଯାଇଛି ।

ଜେନୋଆ ବନ୍ଦରରେ ଅସ୍ତ୍ର ପରିବହନ ବିରୋଧୀ ଆନ୍ଦୋଳନ

ଜେନୋଆରେ ବନ୍ଦର ଶ୍ରମିକମାନେ ଯୁଦ୍ଧ ପ୍ରଭାବିତ ଅଞ୍ଚଳକୁ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ବନ୍ଦର ବ୍ୟବହାରକୁ ବିରୋଧ କରିଥିଲେ । ପ୍ରାୟ ୧୫ ହଜାର ଶ୍ରମିକ, ଛାତ୍ର ଓ ଅନ୍ୟ ପ୍ରଦର୍ଶନକାରୀ ବନ୍ଦର ଅଞ୍ଚଳରେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । 
ସରକାର ପାଇଁ ବଢ଼ୁଛି ଚ୍ୟାଲେଞ୍ଜ

ସାମ୍ପ୍ରତିକ ସମୟରେ ୟୁରୋପର ଅନେକ ଦେଶରେ ଦରଦାମ ବୃଦ୍ଧି, ବାସଗୃହ ସମସ୍ୟା ଓ ସରକାରୀ ସେବାକୁ ନେଇ ବିକ୍ଷୋଭ ହୋଇଆସୁଛି। ଇଟାଲୀରେ ଏହି ଧର୍ମଘଟ ଓ ଜନଆନ୍ଦୋଳନ ସେହି ବ୍ୟାପକ ଅସନ୍ତୋଷର ଏକ ଅଂଶ।

ମେଲୋନି ସରକାରଙ୍କ ଆର୍ଥିକ ନୀତି, ସାମରିକ ବ୍ୟୟ ଓ ସାର୍ବଜନୀନ ସେବା ସମ୍ପର୍କିତ ନିଷ୍ପତ୍ତିକୁ ନେଇ ଏହି ଆନ୍ଦୋଳନ ବିରୋଧୀ ଦଳମାନେ କରୁଛନ୍ତି।  ଆଗାମୀ ଦିନରେ ଏହି ଆନ୍ଦୋଳନକୁ କିପରି ସାମନା କରୁଛନ୍ତି ତାହା ସମୟ କହିବ। 

What's Your Reaction?

like

dislike

love

funny

angry

sad

wow