ଥାଇରଏଡ୍ ରୋକିପାରେ ଏହିସବୁ ଖାଦ୍ୟ

Jun 9, 2024 - 16:28
 0  10
ଥାଇରଏଡ୍ ରୋକିପାରେ ଏହିସବୁ ଖାଦ୍ୟ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଖରାପ୍ ଜୀବନଶୈଳୀ ଯୋଗୁଁ  ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ତାହା ମଧ୍ୟରୁ ଥାଇରଏଡ୍ ହେଉଛି ଅନ୍ୟତମ। ବିଶେଷ କରି ଶୀତ ଦିନରେ ଥାଇରଏଡର ପ୍ରଭାବ ଅଧିକ ଦେଖାଦିଏ। ଔଷଧ ସେବନ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ, କିନ୍ତୁ ଏପରି କେତେକ ଖାଦ୍ୟ ଅଛି, ଯାହା ଥାଇରଏଡକୁ ନିୟନ୍ତ୍ରଣ କରିପାରିବ। ତେବେ କଣ ସେହି ସବୁ ଖାଦ୍ୟ,ଆସନ୍ତୁ ଜାଣିବା । 

ଧଣିଆ ମଞ୍ଜି -
ଥାଇରଏଡ ରୋଗୀଙ୍କ ପାଇଁ ଧଣିଆ ମଞ୍ଜି ଉପକାରୀ ହୋଇପାରେ। କାରଣ ଏଥିରେ ଭିଟାମିନ୍ ଏ, ସି, କେ ଏବଂ ଫୋଲେଟ୍ ରହିଥାଏ, ଯାହା ଥାଇରଏଡକୁ ସୁସ୍ଥ ରଖିପାରେ। ଗୋଟିଏ ଚାମଚ ଧଣିଆ ମଞ୍ଜିକୁ ରାତିରେ ଏକ ଗ୍ଲାସ ପାଣିରେ ଭିଜାଇ ସକାଳେ ଖାଲି ପେଟରେ ପିଇବା ଦ୍ୱାରା ଥାଇରଏଡ ସମସ୍ୟା ଦୂର ହୋଇପାରେ। 

କଖାରୁ ମଞ୍ଜି -
କଖାରୁ ମଞ୍ଜିରେ ଅଧିକ ପରିମାଣରେ ଜିଙ୍କ ରହିଥାଏ। ଜିଙ୍କ ଶରୀରରେ ଥାଇରଏଡ୍ ହରମନର ସନ୍ତୁଳନ ବଜାୟ ରଖେ। 

ଅଅଁଳା-
ସେହିପରି ଅଅଁଳା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। କାରଣ ଏଥିର ଭିଟାମିନ୍ ସି ଭରପୂର ପରିମାଣରେ ଥାଏ। ଅଅଁଳାରୁ ମିଳୁଥିବା ଉପାଦାନ ଥାଇରଏଡକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହାକୁ ଦୈନନ୍ଦିନ ଖାଦ୍ୟରେ ଯୋଗ କରିବା ଫଳରେ ଥାଇରଏଡରେ ପୀଡିତ ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ। 

ନଡ଼ିଆ -
ଥାଇରଏଡ୍ ରୋଗୀଙ୍କ ପାଇଁ ନଡ଼ିଆ ଖାଇବା ଲାଭଦାୟକ ହୋଇପାରେ, କାରଣ ଏହା ମେଟାବୋଲିଜିମରେ ଉନ୍ନତି ଆଣି ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ।

ସଜନା-
ସଜନାରେ ପ୍ରୋଟିନ୍, ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ସି ଏବଂ ଭିଟାମିନ୍ ଏ ଥାଏ, ଯାହା ଥାଇରଏଡ୍ ହରମନକୁ ସନ୍ତୁଳନ କରିବାରେ ସାହାଯ୍ୟ କରିଥାଏ।

What's Your Reaction?

like

dislike

love

funny

angry

sad

wow