ଥାନାରେ ଅମିତ ଶାହଙ୍କ ଫଟୋ, ଦେଖୁ ଦେଖୁ ରାଗିଲେ ରାହୁଲ !

Aug 24, 2026 - 12:13
 0  0
ଥାନାରେ ଅମିତ ଶାହଙ୍କ  ଫଟୋ, ଦେଖୁ ଦେଖୁ ରାଗିଲେ ରାହୁଲ !

କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଜର ଆକ୍ରମଣାତ୍ମକ ଶୈଳୀ ଓ ତୀକ୍ଷ୍ଣ ପ୍ରଶ୍ନ ପାଇଁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନିକଟରେ ଜନ୍ତରମନ୍ତର ଆନ୍ଦୋଳନରେ ଆଖି ହରାଇଥିବା ଛାତ୍ରଙ୍କ ପାଇଁ ବାହାରିଥିଲେ ରାହୁଲ ।

ଥାନା ଭିତରେ ରାହୁଲ ଗାନ୍ଧୀଙ୍କର ଗୋଟିଏ ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି । ଜନ୍ତରମନ୍ତର ଆନ୍ଦୋଳନରେ ଆଖି ହରାଇଥିବା ଛାତ୍ରଙ୍କ ପାଇଁ ଏଫ୍‌ଆଇଆର୍ ଦେବାକୁ ପହଞ୍ଚି ଖୋଦ୍ ପୁଲିସ ବ୍ୟବସ୍ଥାକୁ କାଠଗଡ଼ାରେ ଠିଆ କରାଇଛନ୍ତି ରାହୁଲ। ଜାଣନ୍ତୁ, ଥାନା ଭିତରେ ପ୍ରକୃତରେ କ’ଣ ଘଟିଥିଲା? 

କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିଜର ଆକ୍ରମଣାତ୍ମକ ଶୈଳୀ ଓ ତୀକ୍ଷ୍ଣ ପ୍ରଶ୍ନ ପାଇଁ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନିକଟରେ ଜନ୍ତରମନ୍ତର ଆନ୍ଦୋଳନରେ ଆଖି ହରାଇଥିବା ଛାତ୍ରଙ୍କ ପାଇଁ ବାହାରିଥିଲେ ରାହୁଲ । ଆଉ ଏଫଆଇଆର ଦେବାକୁ ପୁଲିସ ଷ୍ଟେସନରେ ପହଞ୍ଚିଥିବା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଥାନାର କାନ୍ଥରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋଚିତ୍ର ଟଙ୍ଗାଯାଇଥିବା ଦେଖି ସେ ସିଧାସଳଖ ଉପସ୍ଥିତ ପୁଲିସ ଅଧିକାରୀଙ୍କ ଉପରେ ପ୍ରଶ୍ନର ବର୍ଷା କରିଥିଲେ ।

ପେଲେଟ୍ ଗନ୍ ଆକ୍ସନ ବିରୋଧରେ ଏଫ୍‌ଆଇଆର୍ ରୁଜୁ କରିବା ପାଇଁ ରାହୁଲ ଗାନ୍ଧୀ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଆଲୋଚନା ଚାଲିଥିବା ସମୟରେ ହଠାତ୍ ତାଙ୍କ ନଜର କାନ୍ଥରେ ଲାଗିଥିବା ଗୃହମନ୍ତ୍ରୀ ଅମିତ ଶାହଙ୍କ ଫଟୋ ଉପରେ ପଡ଼ିଥିଲା । ଫଟୋ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ରାହୁଲ ଗାନ୍ଧୀ ପୋଲିସ ଅଧିକାରୀଙ୍କୁ ପଚାରିଥିଲେ—

"ଆପଣଙ୍କ ଇନଚାର୍ଜ କ’ଣ ଅମିତ ଶାହ ଜୀ? ଡିପାର୍ଟମେଣ୍ଟକୁ କ’ଣ ଅମିତ ଶାହ ଚଳାଉଛନ୍ତି? ତା’ହେଲେ ତାଙ୍କ ଫଟୋ ଏଠାରେ କାହିଁକି ଲଗାଯାଇଛି? 

ଏହି ଅପ୍ରତ୍ୟାଶିତ ପ୍ରଶ୍ନ ପରେ ଉପସ୍ଥିତ ପୋଲିସ ଅଧିକାରୀମାନେ କିଛି ସମୟ ପାଇଁ ନିରବ ରହିଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ମାତ୍ରେ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ସମର୍ଥକମାନେ ଏହାକୁ ପୋଲିସ ପ୍ରଶାସନର ସ୍ୱାଧୀନତା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ବୋଲି ଦର୍ଶାଇଛନ୍ତି । ସେମାନଙ୍କ ଯୁକ୍ତି ହେଉଛି— ପୋଲିସ ବ୍ୟବସ୍ଥା ସମ୍ବିଧାନ ଓ ଆଇନ ଦ୍ୱାରା ପରିଚାଳିତ ହେବା ଉଚିତ, କୌଣସି ନିର୍ଦ୍ଦିଷ୍ଟ ରାଜନେତାଙ୍କ ବ୍ୟକ୍ତିଗତ ପ୍ରଭାବ କିମ୍ବା ଚିତ୍ର ଦ୍ୱାରା ନୁହେଁ ।

ଅନ୍ୟପକ୍ଷରେ, ବିଜେପି ନେତା ତଥା ସମର୍ଥକମାନେ ରାହୁଲ ଗାନ୍ଧୀଙ୍କ ଏହି ପ୍ରଶ୍ନକୁ ସମାଲୋଚନା କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଦିଲ୍ଲୀ ପୋଲିସ ସିଧାସଳଖ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ। ତେଣୁ ବିଭାଗୀୟ ମୁଖ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀଙ୍କ ଫଟୋ ସରକାରୀ କାର୍ଯ୍ୟାଳୟରେ ରହିବା ଏକ ସାଧାରଣ ପ୍ରଶାସନିକ ପରମ୍ପରା ଏବଂ ଏଥିରେ କୌଣସି ଅସ୍ୱାଭାବିକତା ନାହିଁ ।

ଏହି ଘଟଣା କେବଳ ଏକ ଫଟୋ ଉପରେ ସୀମିତ ନ ରହି ଏବେ ଭାରତୀୟ ଗଣତନ୍ତ୍ରରେ ସରକାରୀ ଅନୁଷ୍ଠାନ ଏବଂ ରାଜନୈତିକ ନେତୃତ୍ୱ ମଧ୍ୟରେ ଥିବା ସମ୍ପର୍କ ଉପରେ ଏକ ବଡ଼ ବିତର୍କ ସୃଷ୍ଟି କରିଛି । ବିରୋଧୀ ଦଳ ନେତା ଭାବେ ରାହୁଲଙ୍କ ଏହି ଆଭିମୁଖ୍ୟ ପୁଣି ଥରେ ଦର୍ଶାଉଛି ଯେ ସେ ଶାସକ ଦଳକୁ କୌଣସି ବି ପ୍ରସଙ୍ଗରେ ଘେରିବାକୁ ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ଥାନା ଭିତରେ ରାହୁଲଙ୍କ ଏହି କଡ଼ା ପ୍ରଶ୍ନ ଏବେ ଉଭୟ ରାଜନୀତି ଦୁନିଆରେ ଝଡ଼ ସୃଷ୍ଟି କରିଛି । 

What's Your Reaction?

like

dislike

love

funny

angry

sad

wow