ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ

ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭରୁ ଉଇଏ ରିପୋର୍ଟକୁ ନେଇ ହଟ୍ଟଗୋଳ କରିଛି ଆପ୍ । ଉପରାଜ୍ୟପାଳଙ୍କ ଅଭିଭାଷଣ ବେଳେ ପ୍ରତିବାଦ କରିଛନ୍ତି ଆପ୍ ବିଧାୟକ ,ଯେଉଥିପାଇଁ ୧୩ ଆପ୍ ବିଧାୟକଙ୍କୁ ବିଧାନସଭାରୁ କରାଯାଇଛି ବହିଷ୍କୃତ । ସେହିପରି ଦିନକ ପାଇଁ ନିଲମ୍ବିତ ହୋଇଛନ୍ତି ବିରୋଧିଦଳ ନେତା ଆତିଶୀ। ଏହାକୁ ନେଇ ବିଧାନସଭା ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆପ୍ ବିଧାୟକଗଣ।ଗୃହରୁ ବାହାରକୁ ଆସିବା ପରେ ବିରୋଧୀ ଦଳ ନେତା ଆତିଶୀ କହିଛନ୍ତି ଯେ, ଆମ୍ବେଦକରଙ୍କ ଫଟୋକୁ ମୋଦିଙ୍କ ଫଟୋରେ ବଦଳାଇ ଦେଇଛି ଭାଜପା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ବିଧାନସଭା, କର୍ମୀ କାର୍ଯ୍ୟାଳୟ ସବୁଠି କରାଯାଇଛି ଫଟୋ ପରିବର୍ତ୍ତନ । ଆପଣ ଅହଂକାରୀ ହୋଇଯାଇଛନ୍ତି। ଆପଣ କ’ଣ ଭାବୁଛନ୍ତି ନରେନ୍ଦ୍ର ମୋଦି ଆମ୍ବେଦକରଙ୍କ ସ୍ଥାନ ନେବେ ବୋଲି ସେ କରିଛନ୍ତି ପ୍ରଶ୍ନ?। ଆମେ ଏହା ହେବାକୁ ଦେବୁ ନାହିଁ।
What's Your Reaction?






