ଦୁଇ ବାର୍ ସିଲ୍ କଲା ଅବକାରୀ ବିଭାଗ

Nov 17, 2024 - 13:03
 0  4
ଦୁଇ ବାର୍ ସିଲ୍ କଲା ଅବକାରୀ ବିଭାଗ

ନିୟମ ଉଲ୍ଲଂଘନ ଯୋଗୁଁ ରାଜଧାନୀ ଭୂବନେଶ୍ୱରର ଆମ୍ବିଆନ୍ସ ଓ ବାର୍ବୀ ବାର୍ ଉପରେ ଚଢ଼ାଉ କରି ସିଲ୍ କରିଛି ଅବକାରୀ ବିଭାଗ ।ସୂଚନା ଅନୁସାରେ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଳା ବାଟ ଦେଇ ଚାଲିଥିଲା ବାର । ଏପରିକି ବିନା ଅନୁମତିରେ ମହିଳାଙ୍କୁ ନିୟୋଜିତ କରାଯାଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଏହାକୁ ଆଧାର କରି ଗତ ରାତିରେ ଦୁଇ ବାର ଉପରେ ହଠାତ ଚଢ଼ାଉ କରିଥିଲେ ବିଭାଗୀୟ ଅଧିକାରୀ ।ତେବେ ଆଗାମୀ ଦିନରେ ମଧ୍ଯ ଏଭଳି ଅଭିଯାନ ଜାରି ରହିବ । ଯିଏ ବି ଆଇନ ଉଲ୍ଲଂଘନ କରିବ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ ।

What's Your Reaction?

like

dislike

love

funny

angry

sad

wow