ଧନଖଡ଼ଙ୍କ ବିରୋଧରେ ଆସିଲା ଅବିଶ୍ୱାସ ପ୍ରସ୍ତାବ

Dec 10, 2024 - 15:44
 0  2
ଧନଖଡ଼ଙ୍କ ବିରୋଧରେ ଆସିଲା ଅବିଶ୍ୱାସ ପ୍ରସ୍ତାବ

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡେଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଛନ୍ତି ବିରୋଧୀ। କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍ ଧନଖଡ଼ଙ୍କ ବିରୋଧରେ ଆଣିଛି ପକ୍ଷପାତିତା ଅଭିଯୋଗ । ସେ ଗୃହ କାର୍ଯ୍ୟ ବେଳେ ଶାସକ ଦଳର ପକ୍ଷ ରଖୁଛନ୍ତି ଏବଂ ବିରୋଧୀଙ୍କ ସ୍ୱରକୁ ଦମନ କରୁଥିବା ଦାବି କରିଛନ୍ତି ବିରୋଧୀଦଳ।ଇଣ୍ଡି ମେଣ୍ଟର ପ୍ରଦର୍ଶନରେ ଅସନ୍ତୁଷ୍ଟ ଥିବା କଂଗ୍ରେସ ସହ ଟିଏମସି , ଏସପି ଓ ଆପ୍ ଦଳର ସାଂସଦ ଧନଖଡଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ହୋଇଛନ୍ତି ପ୍ରସ୍ତୁତ। ଏହି ଅବିଶ୍ୱାସ ପ୍ରସ୍ତାବକୁ ପାରିତ କରିବା ପାଇଁ ୫୦ ଜଣ ସାଂସଦଙ୍କ ହସ୍ତାକ୍ଷର ଆବଶ୍ୟକ ଥିବା ବେଳେ ତାଙ୍କ ପାଖରେ ୭୦ଜଣ ସାଂସଦଙ୍କ ହସ୍ତାକ୍ଷର ଥିବା ଦାବି କରିଛି କଂଗ୍ରେସ।ତେବେ ସମ୍ବିଧାନର ଅନୁଚ୍ଛେଦ ୬୭(ବି) ଅଧିନରେ ଧନଖଡ଼ଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ କହିଛନ୍ତି ବିରୋଧୀ ଦଳମାନେ। 

What's Your Reaction?

like

dislike

love

funny

angry

sad

wow