ଜେଲରେ ୬୯୩୫ ଦିନ ରହିଲା ; ବାହାରେ ୩୧୦ ବି ବଞ୍ଚିଲାନି ନର ରାକ୍ଷସ

Sep 19, 2026 - 11:49
ଜେଲରେ ୬୯୩୫ ଦିନ ରହିଲା ; ବାହାରେ ୩୧୦ ବି ବଞ୍ଚିଲାନି ନର ରାକ୍ଷସ

ଶେଷରେ ଝୁଲିପଡ଼ିଲା ନରରାକ୍ଷସ । ଯେମିତି ଅଧର୍ମର ଗୋଟେ ମହାଦ୍ରୁମ ଆପେ ଆପେ ଉପୁଡ଼ିଯାଇଛି । ନିଠାରୀ ମାମଲାର ଭୟଙ୍କର ହତ୍ୟା ଘଟଣାର ଅପରାଧୀ ଆତ୍ମହତ୍ୟା କରିଛି । ଜେଲରୁ ବାହାରିବାର ବର୍ଷେ ବିତିନି ଜୀବନ ହାରିଲା ।  

ଶେଷରେ ଝୁଲିପଡ଼ିଲା ନରରାକ୍ଷସ । ଯେମିତି ଅଧର୍ମର ଗୋଟେ ମହାଦ୍ରୁମ ଆପେ ଆପେ ଉପୁଡ଼ିଯାଇଛି । ନିଠାରୀ ମାମଲାର ଭୟଙ୍କର ହତ୍ୟା ଘଟଣାର ଅପରାଧୀ ଆତ୍ମହତ୍ୟା କରିଛି । ଜେଲରୁ ବାହାରିବାର ବର୍ଷେ ବିତିନି ଜୀବନ ହାରିଲା । 

ସୁରେନ୍ଦ୍ର କୋଲି ପ୍ରାୟ ୧୯ ବର୍ଷ ଜେଲ୍ କାନ୍ଥ ପଛରେ ବିତାଇଥିଲା। ମୃତ୍ୟୁଦଣ୍ଡ ଦିଆଯାଇଥିଲା, କିନ୍ତୁ କୋର୍ଟ ତାକୁ  ଆଶ୍ୱସ୍ତି ଦେଇଥିଲେ ଏବଂ ଶେଷରେ, ୨୦୨୫ ନଭେମ୍ବରରେ, ସୁପ୍ରିମକୋର୍ଟ ତାକୁ ଶେଷ ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ। ନିଠାରୀ ଭୟଙ୍କର କାହାଣୀର ନର ରାକ୍ଷସ ସୁରେନ୍ଦ୍ର  ଜେଲରୁ ମୁକୁଳିଥିଲା । ଆଉ ବାହାରକୁ ଆସିବାର ବର୍ଷକ ଭିତରେ ଜୀବନ ହାରିଲା । ହରିଦ୍ବାରର ଏକ ଚା’ ଦୋକାନୀରୁ ତାର ମୃତ ଦେହ ମିଳିଛି ।  

୬୯୩୫ ଦିନ ପ୍ରାୟ ୧୯ ବର୍ଷ ଜେଲରେ କାଟିଲା ସୁରେନ୍ଦ୍ର । ହେଲେ ବାହାର ଦୁନିଆରେ ବର୍ଷଟେ ବି ବଞ୍ଚିପାରିଲାନି ।  ୨୦୦୫-୦୬ରେ ସମଗ୍ର ଦେଶରେ  ହଇଚଇ ଖେଳାଇ ଦେଇଥିବା ନିଠାରୀ ମାମଲାର ଅଭିଯୁକ୍ତଙ୍କ କାହାଣୀ ଶେଷରେ ହରିଦ୍ୱାରରେ ଶେଷ ହୋଇଛି । ଗୋଟିଏ ସମୟରେ ତାକୁ ୧୩ଟି ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତା'ପରେ, କୋର୍ଟ ପ୍ରମାଣ ଉପରେ ପ୍ରଶ୍ନ ଉଠାଇଥିଲେ। ୨୦୨୩ରେ ଆହ୍ଲାବାଦ ହାଇକୋର୍ଟ ତାକୁ ୧୨ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ। ପରେ, ସୁପ୍ରିମକୋର୍ଟ ତାଙ୍କୁ ଶେଷ ମାମଲାରେ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଥିଲେ। 

ନିଠାରି ଘଟଣା କ’ଣ?
ଏହି ଘଟଣା ୨୦୦୫ ଏବଂ ୨୦୦୬ ମସିହାର। ନୋଏଡାର ସେକ୍ଟର ୩୧ରେ ଥିବା ଏକ ବଙ୍ଗଳା ଚାରିପାଖ ଏବଂ ବାହାର ଅଞ୍ଚଳରୁ ଗରିବ ପରିବାରର ଛୋଟ ପିଲା ଏବଂ ଯୁବତୀମାନେ ହଠାତ୍ ରହସ୍ୟମୟ ଭାବରେ ଜଣେ ପରେ ଜଣେ ନିଖୋଜ ହେଉଥିଲେ।  ଅଧିକାଂଶ ପୀଡିତ ନିଠାରି ବାସିନ୍ଦା ଥିଲେ। ଡିସେମ୍ବର ୨୦୦୬ରେ, ଯେତେବେଳେ ଜଣେ ୧୪ ବର୍ଷୀୟା ଝିଅ ନିଖୋଜ ହୋଇଗଲା, ତାଙ୍କ ପରିବାର ପୁଲିସର ଦ୍ବାରସ୍ଥ ହୋଇ ନ୍ୟାୟ ପାଇଁ ଅଡ଼ିବସିଲେ । 

ପୁଲିସ ଖୋଳତାଡ଼ କରୁ କରୁ ଯାଇ ପହଞ୍ଚିଥିଲା  ଏକ  ପ୍ରାସାଦର ମାଲିକ ମୋନିନ୍ଦର ସିଂହ ପାନ୍ଧେର ଏବଂ ତାଙ୍କ ଘରୋଇ ଚାକର ସୁରେନ୍ଦ୍ର କୋଲି ପାଖରେ ।  ପ୍ରାସାଦ ନିକଟରେ ଯାଇଥିବା  ନାଳରେ କଙ୍କାଳ ମିଳିଲା, ଗୋଟିଏ ଦୁଇଟି ନୁହେଁ ଅନେକ କଙ୍କାଳ  । ନାଳ ଖୋଳାହେଲା । ମିଳିଲା  ପଲିଥିନରେ ଗୁଡ଼ାଯାଇଥିବା ପିଲା ଏବଂ ମହିଳାଙ୍କ କଙ୍କାଳ, ହାଡ଼ ଏବଂ ପଚିଯାଇଥିବା ଅବଶେଷ ।

What's Your Reaction?

like

dislike

love

funny

angry

sad

wow