ଲୋକସଭାରେ ପାରିତ ହେଲା ଭିବି-ଜି ରାମ-ଜି ବିଧେୟକ  

ଲୋକସଭାରେ ପାରିତ ହେଲା  ଭିବି-ଜି ରାମ-ଜି  ବିଧେୟକ  

 ପ୍ରବଳ ବିରୋଧ ମଧ୍ୟରେ ଲୋକସଭାରେ ପାରିତ ହୋଇଛି ଜି ରାମଜୀ ବିଧେୟକ  । ହେଲେ ବିଧେୟକ ପାରିତ ହେବା ପରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିବା ସହ କାଗଜପତ୍ର ଚିରି ଫିଙ୍ଗି ଦେଇଥିଲେ ବିରୋଧୀ ଦଳ ।ମନରେଗା ନାଁ ବଦଳାଇ ନୂଆ ଯୋଜନା ଭିବି-ଜି ରାମ-ଜି  ଆଣିବାକୁ ସରକାରଙ୍କ ଉଦ୍ୟମକୁ ତୀବ୍ର ବିରୋଧ କରିଛି କଂଗ୍ରେସ । ଏନେଇ ମୁହାଁମୁହିଁ ହୋଇଛନ୍ତି  ସରକାର ଓ ବିରୋଧୀ । ଗୃହର ପରିବେଶ ଏତେ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା ଯେ ଗୃହ କାର୍ଯ୍ୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଆଯାଇଛି ନିଷ୍ପତ୍ତି ।