ଧନତେରସରେ ଶସ୍ତା ହେବ ସୁନା,ରୁପା? କ’ଣ କିଣିଲେ ମିଳିବ ଅଧିକ ଲାଭ? କେଉଁଥିରେ ଅଛି ଅଧିକ ରିସ୍କ୍?

Nov 5, 2026 - 12:58
ଧନତେରସରେ ଶସ୍ତା ହେବ ସୁନା,ରୁପା? କ’ଣ କିଣିଲେ ମିଳିବ ଅଧିକ ଲାଭ? କେଉଁଥିରେ ଅଛି ଅଧିକ ରିସ୍କ୍?

ଯଦି ଆପଣ ଲମ୍ବା ସମୟ ପାଇଁ ଟଙ୍କା ନିବେଶ କରିବାକୁ ଚାହାନ୍ତି ଏବଂ ଆପଣଙ୍କର ରିସ୍କ୍ ସହିବାର କ୍ଷମତା କମ୍ ତେବେ ସୁନା ସବୁବେଳେ ଭଲ ବିକଳ୍ପ। ଆର୍ଥିକ ଅନିଶ୍ଚିତତା ସମୟରେ ସୁନାକୁ ସବୁଠାରୁ ସୁରକ୍ଷିତ ମାଧ୍ୟମ ଭାବେ ଗ୍ରହଣ କରାଯାଇଥାଏ। 

 ଆଗକୁ ଆସୁଛି ଧନତେରସ୍ । ଏହି ଦିନ ହିନ୍ଦୁ ଧର୍ମର ଲୋକ ମା’ ଲକ୍ଷ୍ମୀ,ଧନର ଦେବତା କୁବେର ଏବଂ ଆୟୁର୍ବେଦର ପିତା ପ୍ରଭୁ ଧନ୍ବନ୍ତରୀଙ୍କୁ ପୂଜା କରନ୍ତି । ଏଭଳି ଶୁଭ ଦିନରେ ସୁନା, ରୂପାର ଅଳଙ୍କାର କିଣିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଯେଉଁଥିପାଇଁ ଗ୍ରାହକ ଓ ନିବେଶକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । କିନ୍ତୁ ସୁନା ନା’ ରୁପା କେଉଁଥିରେ ନିବେଶ କଲେ ଅଧିକ ଲାଭଦାୟକ ହେବ ତାହା ଜାଣିବା ନିମନ୍ତେ ଏକ ସନ୍ତୁଳିତ ଆକଳନ ଜରୁରୀ। ଏହି ରିପୋର୍ଟରେ ଆମେ ଆଲୋଚନା କରିବା ଯେ ସୁନା ଓ ରୁପା ନିବେଶର ଭିନ୍ନ ଭିନ୍ନ ଦିଗଗୁଡ଼ିକ କ’ଣ କ’ଣ?

ଯଦି ଆପଣ ଲମ୍ବା ସମୟ ପାଇଁ ଟଙ୍କା ନିବେଶ କରିବାକୁ ଚାହାନ୍ତି ଏବଂ ଆପଣଙ୍କର ରିସ୍କ୍ ସହିବାର କ୍ଷମତା କମ୍ ତେବେ ସୁନା ସବୁବେଳେ ଭଲ ବିକଳ୍ପ। ଆର୍ଥିକ ଅନିଶ୍ଚିତତା ସମୟରେ ସୁନାକୁ ସବୁଠାରୁ ସୁରକ୍ଷିତ ମାଧ୍ୟମ ଭାବେ ଗ୍ରହଣ କରାଯାଇଥାଏ। ଆପଣ ପୃଥିବୀର ଯେକୌଣସି ଜାଗାକୁ ଗଲେ ମଧ୍ୟ ସୁନାର ଚାହିଦା ସବୁବେଳେ ରହିଥାଏ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ଅତି ସହଜରେ ବିକ୍ରି କରାଯାଇପାରେ। ଯଦି ଆପଣଙ୍କର ବଜେଟ୍ କମ୍ ଏବଂ କମ୍ ପଇସାରେ ଅଧିକ ପରିମାଣର ଗହଣା କିଣିବାକୁ ଚାହାନ୍ତି ତେବେ ରୁପା ଏକ ଭଲ ବିକଳ୍ପ ହେବ। ରୁପା କେବଳ ଅଳଙ୍କାର କିମ୍ବା ମୂଲ୍ୟବାନ ଧାତୁ ଭାବେ ନୁହେଁ ବରଂ ବିଭିନ୍ନ ଶିଳ୍ପରେ ମଧ୍ୟ ବହୁଳ ଭାବରେ ବ୍ୟବହୃତ ହୁଏ। ଏହା ଉପରେ ଶିଳ୍ପଗତ ଚାହିଦା ଏବଂ ନିବେଶକଙ୍କ ଆବଶ୍ୟକତାର ପ୍ରଭାବ ସିଧାସଳଖ ପଡ଼ିଥାଏ। ରୁପାରେ ଅଧିକ ଲାଭ ମିଳିବାର ସମ୍ଭାବନା ଥିବାବେଳେ ବଜାରରେ ଦର ହ୍ରାସ ପାଇଲେ କ୍ଷତି ହେବାର ଆଶଙ୍କା ମଧ୍ୟ ସୁନା ତୁଳନାରେ ବେଶି ରହିଥାଏ।

What's Your Reaction?

like

dislike

love

funny

angry

sad

wow