ଧନୁଯାତ୍ରା ପାଇଁ ବଦଳିଲା ସ୍କୁଲ ସମୟ
ଧନୁଯାତ୍ରା ପାଇଁ ବଦଳିଲା ସ୍କୁଲ ସମୟ । ଧନୁଯାତ୍ରା ମହୋତ୍ସବ ସରିବା ପର୍ଯ୍ୟନ୍ତ ବରଗଡ଼ ସହରରେ ଥିବା ସମସ୍ତ ସ୍କୁଲ, କଲେଜରେ ସକାଳ ୮ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ପାଠପଢା । ଧନୁଯାତ୍ରା ସରିବା ପରେ ପୂର୍ବ ନିର୍ଦ୍ଧାରିତ ସମୟରେ ଛାତ୍ରୀଛାତ୍ରଙ୍କ ପାଠପଢା ପୁଣି ହେବ ଆରମ୍ଭ । ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଏଥର ବଢିବାରେ ଲାଗିଛି ଦର୍ଶକଙ୍କ ଭିଡ । ମହୋତ୍ସବ ସରିବା ପାଇଁ ଆହୁରି ବାକି ଅଛି ୭ ଦିନ । ଫଳରେ ଭିଡ଼ ଏବଂ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଆଜିଠୁ ୧୩ ତାରିଖ ପର୍ଯ୍ୟନ୍ତ ସହରରେ ଥିବା ସବୁ ସ୍କୁଲ ଓ କଲେଜରେ ପାଠପଢା ସମୟକୁ ପରିବର୍ତ୍ତନ କରିଛନ୍ତି ବରଗଡ ଜିଲା ଶିକ୍ଷା ବିଭାଗ ।
What's Your Reaction?