ସାମ୍ବାଦିକ ହତ୍ୟା ଘଟଣା :ନିର୍ଦ୍ଦୟର ସହ କରାଯାଇଥିଲା ମୁକେଶ ଚନ୍ଦ୍ରାକରଙ୍କୁ ହତ୍ୟା

ଛତିଶଗଡ ସାମ୍ବାଦିକ ମୁକେଶ ଚନ୍ଦ୍ରାକର ହତ୍ୟା ମାମଲାରେ ହାଇଦ୍ରାବାଦରୁ ମୁଖ୍ୟ ଅଭିଯୁକ୍ତ ସୁରେଶ ଚନ୍ଦ୍ରାକରକୁ ଗିରଫ କରିଛି ପୁଲିସ୍ । ଅନ୍ୟପଟେ ସାମ୍ବାଦିକଙ୍କ ଶବ ବ୍ୟବଚ୍ଛେଦ ପରେ ସାମ୍ନାକୁ ଆସିଛି ବଡ ତଥ୍ୟ। ମୁକେଶଙ୍କୁ ଅତି ନୃଶଂସ ଭାବରେ କରାଯାଇଛି ହତ୍ୟା। ତାଙ୍କ ଶରୀରରେ ରହିଛି ୫ଟି ଫ୍ରାକ୍ଚର ।ହୃଦୟ ଫାଟିଯାଇଥିବାବେଳେ ୪ ଖଣ୍ଡ ହୋଇଯାଇଛି ଲିଭର ।ମୁଣ୍ଡରେ ମିଳିଛି ୧୫ଟି କ୍ଷତ ଚିହ୍ନ। ସେହିପରି ଭାଙ୍ଗିଯାଇଛି ବେକ।ଯେଉଁ ଡାକ୍ତର ସାମ୍ବାଦିକଙ୍କ ଶବ ବ୍ୟବଚ୍ଛେଦ କରିଥିଲେ ତାଙ୍କ ୧୨ ବର୍ଷର କ୍ୟାରିଅରରେ ଏଭଳି ମାମଲା ଦେଖିନଥିବା କହିଛନ୍ତି ସେ । ସାମ୍ବାଦିକଙ୍କ ହତ୍ଯାରେ ୨ରୁ ଅଧିକ ଅଭିଯୁକ୍ତଙ୍କ ସାମିଲ ଥିବା କହିଛନ୍ତି ଡାକ୍ତର। ଗତ ଶୁକ୍ରବାର ଦିନ ଛତିଶଗଡ଼ର ବିଜାପୁର ଜିଲାରେ ଘଟିଥିଲା ଏହି ଘଟଣା । ଜଣେ ଠିକାଦାରଙ୍କ ବାସଭବନ ପରିସରରେ ଥିବା ସେପ୍ଟିକ ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଜବତ କରିଥିଲେ ପୁଲିସ । ମୁକେଶ ଚନ୍ଦ୍ରାକର ବସ୍ତର ଜଙ୍କସନ ନାମକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଚଳାଉଥିବାବେଳେ ଏକ ଜାତୀୟ ଗଣମାଧ୍ୟମରେ ବି କରୁଥିଲେ ସାମ୍ବାଦିକତା ।
What's Your Reaction?






