ହାସପାତାଳକୁ କେନ୍ଦ୍ରର ନିର୍ଦ୍ଦେଶ
କୋଲକାତା ଆରଜି କର ମେଡିକାଲ କଲେଜ ଓ ହାସପାତାଳର ମହିଳା ତାଲିମ୍ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସ୍ୱାସ୍ଥ୍ୟକର୍ମୀ ଓ ସାଧାରଣ ଜନତା। ସୁରକ୍ଷା ଦାବି ନେଇ ଚାଲିଥିବା ଏହି ହଟ୍ଟଗୋଳ ମଧ୍ୟରେ ଦେଶର ସମସ୍ତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର।କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯଦି କେଉଁଠାରେ ଡାକ୍ତରଙ୍କ ବିରୁଦ୍ଧରେ ହିଂସା ହେଉଛି ତେବେ ଆଗାମୀ ୬ ଘଣ୍ଟା ମଧ୍ୟରେ ଦିଅନ୍ତୁ ମାମଲା। ଏହି ଅଭିଯୋଗ ଦାଖଲ କରିପାରିବେ ହାସପାତାଳ ଅନୁଷ୍ଠାନର ମୁଖ୍ୟ। ସେପଟେ ଆସନ୍ତାକାଲି ଦିଆଯାଇଛି ଦେଶବ୍ୟାପୀ ୨୪ ଘଣ୍ଟିଆ ଧର୍ମଘଟ ଡାକରା । ଏହି ସମୟରେ, ବନ୍ଦ ରହିବ ଓପିଡି ଏବଂ ସର୍ଜରୀ। ଧର୍ମଘଟରୁ ଅତ୍ୟାବଶ୍ୟକ ସେବା, କାଜୁଆଲିଟି ୱାର୍ଡ ଏବଂ ଇଣ୍ଡିଆନ ମିଲିଟାରୀ ଏକାଡମୀକୁ ଦିଆଯାଇଛି ବାଦ୍ ।
Jangyaseni Parida