ନବୀ ମୁମ୍ବାଇରେ ଖାଦ୍ୟ ଜାଲିଆତିର ପର୍ଦ୍ଦାଫାଶ : ୭୫ ଲକ୍ଷର ସାମଗ୍ରୀ ଜବତ

Sep 1, 2026 - 11:29
 0  1
ନବୀ ମୁମ୍ବାଇରେ ଖାଦ୍ୟ ଜାଲିଆତିର ପର୍ଦ୍ଦାଫାଶ : ୭୫ ଲକ୍ଷର ସାମଗ୍ରୀ ଜବତ

ନବୀ ମୁମ୍ବାଇରେ ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ଓ ପୋଲିସ କ୍ରାଇମବ୍ରାଞ୍ଚର ମିଳିତ ଚଢ଼ାଉ ଦ୍ୱାରା ଏକ ବଡ଼ ଧରଣର ଭେଜାଲ ଖାଦ୍ୟ କାରବାରର ପର୍ଦ୍ଦାଫାଶ ହୋଇଛି। 

ନବୀ ମୁମ୍ବାଇରେ ବଡ଼ ଧରଣର ଭେଜାଲ ଖାଦ୍ୟ କାରବାରର ପର୍ଦ୍ଦାଫାଶ। ମିଆଦପୁରଣ ହୋଇସାରିଥିବା ଖାଦ୍ୟ ସାମଗ୍ରୀର ତାରିଖ ବଦଳାଇ ପୁଣି ଥରେ ବଜାରକୁ ଛାଡ଼ିବାର ଅଭିଯୋଗ। ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ—ଏଫଡିଏ ଏବଂ ପୋଲିସ କ୍ରାଇମବ୍ରାଞ୍ଚର ମିଳିତ ଚଢ଼ାଉରେ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।

ଅଭିଯୋଗ ଅନୁସାରେ, ପ୍ରସିଦ୍ଧ ବ୍ରାଣ୍ଡର ଏକ୍ସପାୟାରୀ ହୋଇଥିବା ପ୍ୟାକେଟ୍‌ଗୁଡ଼ିକର ତାରିଖ ବଦଳାଯାଉଥିଲା। ପରେ ସେଗୁଡ଼ିକୁ ପୁଣି ଥରେ ପ୍ୟାକେଜିଂ କରି ବଜାରକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଥିଲା। ଅର୍ଥାତ୍, ମିଆଦ ସରିଯାଇଥିବା ସାମଗ୍ରୀକୁ ନୂଆ ତାରିଖର ଲେବଲ ଲଗାଇ ଗ୍ରାହକଙ୍କ ପାଖକୁ ପହଞ୍ଚାଇବାର ଅଭିଯୋଗ ଉଠିଛି।

ଅଗଷ୍ଟ ୨୪ରୁ ୨୯ ତାରିଖ ମଧ୍ୟରେ ତୁର୍ଭେ ଟିଟିସି ଶିଳ୍ପାଞ୍ଚଳରେ ଥିବା ‘ସାଧନା ଏଣ୍ଟରପ୍ରାଇଜେସ୍’ ପରିସରରେ ଏହି ଅପରେସନ ଚାଲିଥିଲା। ଚଢ଼ାଉ ସମୟରେ ପ୍ରାୟ ୭୫ ଲକ୍ଷ ଟଙ୍କା ମୂଲ୍ୟର ୮ ହଜାର ୪୪୨ଟି ପେଟି ସାମଗ୍ରୀ ଜବତ କରାଯାଇଛି।ସବୁଠୁ ବଡ଼ ପ୍ରଶ୍ନ—ଏହି ଏକ୍ସପାୟାରୀ ସାମଗ୍ରୀ କେତେଦିନ ଧରି ବଜାରକୁ ଯାଉଥିଲା? କେତେ ଗ୍ରାହକ ଅଜାଣତରେ ଏଭଳି ସାମଗ୍ରୀ କିଣି ସାରିଛନ୍ତି? ଆଉ ଏହି କାରବାର ପଛରେ କିଏ କିଏ ସାମିଲ ଅଛନ୍ତି?ବର୍ତ୍ତମାନ ଏହି ଭେଜାଲ ଖାଦ୍ୟ କାରବାରର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି, ସେନେଇ ତଦନ୍ତ ଜାରି ରହିଛି। ଚଢ଼ାଉ ପରେ ଏହି ଘଟଣା ଖାଦ୍ୟ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛି।

ତଦନ୍ତ ଅନୁସାରେ, ଲେଜ୍, କୁରକୁରେ, ମ୍ୟାଗି, ସୁପ୍, ରସୋଇ କରୀ ପେଷ୍ଟ, ମେୟୋନିଜ୍, ଥମ୍ସ ଅପ୍ ଏବଂ ଲିମକା ଭଳି ଦେଶର ପ୍ରମୁଖ ଖାଦ୍ୟ ଓ ପାନୀୟ ବ୍ରାଣ୍ଡର ପ୍ୟାକେଟରୁ ଇଙ୍କଜେଟ୍ ପ୍ରିଣ୍ଟର, ଥିନର ଓ ଷ୍ଟିକର ସାହାଯ୍ୟରେ ଅସଲ ନିର୍ମାଣ ଓ ଏକ୍ସପାୟାରୀ ତାରିଖ ସହ ପୋଷକ ତତ୍ତ୍ୱର ଲେବୁଲକୁ ଲିଭାଇ ନୂଆ ତାରିଖ ଛାପାଯାଉଥିଲା। ଏହି ବେଆଇନ କାରବାରରେ ମୁମ୍ବାଇ ସମେତ ଦିଲ୍ଲୀ ଏବଂ ନୋଏଡାର ୧୦ଟି ରପ୍ତାନିକାରୀ କମ୍ପାନୀ ସମ୍ପୃକ୍ତ ଥିବା ଜଣାପଡ଼ିଛି। ପୋଲିସ ଓ ଏଫଡିଏ ଅଧିକାରୀମାନେ ସମ୍ପୂର୍ଣ୍ଣ ଗୋଦାମକୁ ସିଲ୍ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। 

What's Your Reaction?

like

dislike

love

funny

angry

sad

wow