ନିବେଶକ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ୍ ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶା ସରକାରଙ୍କ ପ୍ରମୁଖ ନିବେଶକ ସମ୍ମିଳନୀ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।କନକେଭ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ଯେ, ଓଡ଼ିଶାରେ ଏହା ସବୁଠାରୁ ବଡ଼ ବ୍ୟାବସାୟିକ ସମ୍ମିଳନୀ। ବିକଶିତ ଭାରତ ନିର୍ମାଣରେ ପୂର୍ବ ଭାରତର ଯୋଗଦାନ ବହୁତ ଅଧିକ।ଏହାସହ ବାଲିଯାତ୍ରାର ଐତିହାସିକ ସୁଖ୍ୟାତି ବଖାଣିଛନ୍ତି ପ୍ରଧାନମନ୍ତ୍ରୀ। ଦକ୍ଷିଣପୂର୍ବ ଭାରତ ସହ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ସିଙ୍ଗାପୁର ରାଷ୍ଟ୍ରପତି ମଧ୍ୟ ନିକଟରେ ଆସି ସମ୍ଭାବନା ଉଜ୍ଜ୍ବଳ କରିଛନ୍ତି। ଏହି ସମୟ ଠିକ ସମୟ ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାକୁ କରୁଛି ସମର୍ଥନ। ବର୍ତ୍ତମାନ ଏଆଇର ଯୁଗ, ମାତ୍ର ଭାରତ ପାଇଁ ଏହା ଆସ୍ପେରେସନ ଇଣ୍ଡିଆ। ଓଡ଼ିଶା ଏହି ଆସ୍ପେରେସନକୁ କରୁଛି ପ୍ରତିନିଧିତ୍ବ। ଓଡ଼ିଶା ବହୁତ ଜଲଦି ଉଚ୍ଚରେ ପହଞ୍ଚିବ, ଯାହା କେହି କଳ୍ପନା କରି ନ ଥିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।ସେହିପରି ଏହି କନକ୍ଲେଭ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବୋଧିତ କରି କହିଛନ୍ତି, ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି। ଶିଳ୍ପ ବିକାଶ ପାଇଁ ଏଠାରେ ଅପାର ସୁଯୋଗ ରହିଛି। ବିଦେଶ ଗସ୍ତ କରି ନିବେଶକଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଛି। ଏହାର ସୁଫଳ ଆଜି ମିଳିବାକୁ ଯାଉଛି। ସିଙ୍ଗିଲ ୱିଣ୍ଡୋ ମଞ୍ଜୁରୀ ଜରିଆରେ ପ୍ରତିବନ୍ଧକ ଦୂର କରିଛୁ। ମୁଁ ଆପଣଙ୍କୁ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରୁଛି। ପ୍ରଧାନମନ୍ତ୍ରୀ ଭାରତକୁ ୩ୟ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ଆମେ ମଧ୍ୟ ସାମିଲ ହେବାକୁ ଯାଉଛୁ।ତେବେ ସୋମବାର ଓ ମଙ୍ଗଳବାର ୨ ଦିନ ଧରି ଚାଲିବ ଉତ୍କର୍ଷ ଓଡ଼ିଶା କନକ୍ଲେଭ । ନିବେଶ ପାଇଁ ଓଡ଼ିଶାରେ ଡେରା ପକାଇଛନ୍ତି ଶିଳ୍ପହସ୍ତୀ ।ଆମେରିକା, ଜର୍ମାନୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁସ, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ହେବେ ସାମିଲ । ଏହି କନ୍କ୍ଲେଭ୍ ଜରିଆରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । କନକ୍ଲେଭରେ ଭାଗ ନେଇଥିବା ବିଶିଷ୍ଟ ଶିଳ୍ପପତିମାନଙ୍କ ମଧ୍ୟରେ ରହିଛନ୍ତି କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲ, କରନ ଅଦାନୀ, ଦେବେଶ ଜୈନ, ଶୁଭ୍ରକାନ୍ତ ପଣ୍ଡାଙ୍କ ପରି ପ୍ରମୁଖ ବ୍ୟବସାୟୀ ।
What's Your Reaction?






