ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ମମତା ମହନ୍ତ
ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଶାସକ ଦଳର ପ୍ରାର୍ଥୀ ମମତା ମହନ୍ତ। ଉଲ୍ଲେଖଯୋଗ୍ୟ ଯେ,ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିରୁ ମମତା ମହାନ୍ତ ଏବଂ ବିଜେପି ନେତା ଜଗନ୍ନାଥ ପ୍ରଧାନ ଦାଖଲ କରିଥିଲେ ନାମାଙ୍କନ। ଉଭୟଙ୍କ ପ୍ରାର୍ଥୀ ମଧ୍ୟ ରହିଥିଲା କାଏମ । ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ତଥା ଆଜି ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ ଜଗନ୍ନାଥ ପ୍ରଧାନ। ନିର୍ବାଚନରେ ପ୍ରତିଦ୍ୱନ୍ଦୀ ନଥିବା କାରଣରୁ ମମତାଙ୍କୁ କରାଯାଇଛି ବିଜୟୀ ଘୋଷଣା । ବିଧାନସଭାରୁ ସେ ଗ୍ରହଣ କରିଛନ୍ତି ବିଜୟୀ ପ୍ରମାଣପତ୍ର।
What's Your Reaction?