ନେପାଳରେ ଭୟଙ୍କର ଜଳପ୍ରଳୟ, ୧୧୨ ମୃତ

Sep 29, 2024 - 12:11
 0  9
ନେପାଳରେ ଭୟଙ୍କର ଜଳପ୍ରଳୟ, ୧୧୨ ମୃତ

ନେପାଳରେ ତାଣ୍ଡବ ରଚିଛି ଜଳପ୍ରଳୟ।ଭୟଙ୍କର ବନ୍ଯାରେ ଏଯାଏଁ ୧୧୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଆହତ ହୋଇଛନ୍ତି ଶତାଧିକ ।ସେହିପରି ବନ୍ୟା ଘେରରୁ ପ୍ରାୟ ୩ ହଜାର ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୮୦ ଜଣ ଅଛନ୍ତି ନିଖୋଜ । ୬୩ଟି ସ୍ଥାନରେ ଜାତୀୟ ରାଜପଥରେ ବନ୍ଦ ରହିଛି ଗାଡ଼ି ଚଳାଚଳ । ବିଦ୍ଯୁତ ସେବା ସମ୍ପୂର୍ଣ୍ଣ ବିପର୍ଯ୍ଯସ୍ତ ହୋଇପଡ଼ିଥିବା ବେଳେ ଭାଙ୍ଗିଯାଇଛି ଘରଦ୍ବାର ।ବିଶେଷ ଭାବେ ପ୍ରଭାବିତ ହୋଇଛି କାଠମାଣ୍ଡୁ, ଲଲିତପୁର, ଓ ଭକ୍ତପୁର, ପଞ୍ଚଥର, ଢାଙ୍କୁଟା, ଝାପା ଆଦି ଅଞ୍ଚଳ ।ବିପନ୍ନଙ୍କୁ ଉଦ୍ଧାର କରିବା କାର୍ଯ୍ଯରେ ନିୟୋଜିତ ହୋଇଛନ୍ତି ୨୦ ହଜାର ଯବାନ । ସ୍ଥିତିକୁ ଦେଖି ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସବୁ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରିଛନ୍ତି ସରକାର । 

What's Your Reaction?

like

dislike

love

funny

angry

sad

wow