ନେପାଳ ବନ୍ୟାରେ ଦେବଦୂତ ସୋନୁ ସୁଦ୍! ଭାରତରୁ ନେଲେ କମ୍ବଳ, ରାସନ୍

Sep 2, 2026 - 17:05
 0  1
ନେପାଳ ବନ୍ୟାରେ ଦେବଦୂତ ସୋନୁ ସୁଦ୍! ଭାରତରୁ ନେଲେ କମ୍ବଳ, ରାସନ୍

ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ କାଠମାଣ୍ଡୁରେ ପହଞ୍ଚିଛନ୍ତି ସୋନୁ ସୁଦ୍ । ତାଙ୍କ ସଂସ୍ଥା ‘ସୁଦ୍ ଚ୍ୟାରିଟି ଫାଉଣ୍ଡେସନ୍’ର ଟିମ୍ ଭାରତରୁ କମ୍ବଳ, ରାସନ୍ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ନେଇ ନେପାଳରେ ପହଞ୍ଚିଛି । 

ବନ୍ୟା ବିପନ୍ନଙ୍କ ପାଇଁ ପୁଣି ଦେବଦୂତ ସାଜିଲେ ବଲିଉଡ୍ ଅଭିନେତା ସୋନୁ ସୁଦ୍ । ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ କାଠମାଣ୍ଡୁରେ ପହଞ୍ଚିଛନ୍ତି ସୋନୁ ସୁଦ୍ । ତାଙ୍କ ସଂସ୍ଥା ‘ସୁଦ୍ ଚ୍ୟାରିଟି ଫାଉଣ୍ଡେସନ୍’ର ଟିମ୍ ଭାରତରୁ କମ୍ବଳ, ରାସନ୍ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ନେଇ ନେପାଳରେ ପହଞ୍ଚିଛି । ସୋନୁ ସୁଦ୍ ନିଜେ ବନ୍ୟା ପ୍ରଭାବିତ ପରିବାରଙ୍କୁ ଭେଟି ସେମାନଙ୍କ ଆବଶ୍ୟକତା ବୁଝୁଛନ୍ତି । ଏହି ସଙ୍କଟ ସମୟରେ ଆବଶ୍ୟକତାରେ ଥିବା ଲୋକଙ୍କ ସହ ଛିଡ଼ା ହେବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ସୋନୁ । କେବଳ ତୁରନ୍ତ ରିଲିଫ୍ ନୁହେଁ, ଆଗାମୀ ଅନେକ ମାସ ପର୍ଯ୍ୟନ୍ତ ବିପନ୍ନ ପରିବାରଙ୍କୁ ସହାୟତା ଜାରି ରଖିବାକୁ ତାଙ୍କ ଫାଉଣ୍ଡେସନ୍ ଯୋଜନା କରିଛି । 

ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଲୋକ ପ୍ରାଣ ହରାଇଥିବା ବେଳେ, ବହୁ ଲୋକ ଏବେ ବି ନିଖୋଜ ଅଛନ୍ତି। ବିଭିନ୍ନ ଜିଲ୍ଲାରେ ସେନା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୋନୁ ସୁଦଙ୍କ ସମାଜସେବାର ଏହା ପ୍ରଥମ ଉଦାହରଣ ନୁହେଁ । କୋଭିଡ୍ ସମୟରେ ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇବାଠାରୁ ଆରମ୍ଭ କରି, ଅକ୍ସିଜେନ୍ ଯୋଗାଣ, ମେଡିକାଲ୍ ସହାୟତା ଏବଂ ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପର୍ଯ୍ୟନ୍ତ, ସେ ଲଗାତାର ଲୋକଙ୍କ ପାଇଁ କାମ କରିଆସୁଛନ୍ତି । ପରଦାରେ ହିରୋ, ଆଉ ବାସ୍ତବ ଜୀବନରେ ମଧ୍ୟ ହିରୋ ନେପାଳର ବନ୍ୟା ବିପନ୍ନଙ୍କ ପାଇଁ ସହାୟତାର ହାତ ବଢ଼ାଇ ପୁଣି ଚର୍ଚ୍ଚାରେ ସୋନୁ ସୁଦ୍ । 

What's Your Reaction?

like

dislike

love

funny

angry

sad

wow