ପଶ୍ଚିମବଙ୍ଗ ଓ ତାମିଲନାଡୁରୁ ହଜାରେ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ
ତାମିଲନାଡୁ ଏବଂ ପଶ୍ଚିମବଙ୍ଗରୁ କୋଟି କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ,ଯେଉଁଥିରେ ରହିଛି ନଗଦ ଟଙ୍କା ,ମଦ ,ନିଶାଦ୍ରବ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ। ଦୁଇ ରାଜ୍ୟରେ ଜବତ ହୋଇଥିବା ବେଆଇନ ଟଙ୍କାର ପରିମାଣ ୧,୦୭୧ କୋଟି ଟଙ୍କା ଅତିକ୍ରମ କରିଛି ବୋଲି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିସନ। ୪୭୨.୮୯ କୋଟି ଟଙ୍କା ମୂଲ୍ୟର ଚୋରା ସାମଗ୍ରୀ ଏବଂ ନଗଦ ଜବତ କରିଛନ୍ତି ସୁରକ୍ଷା ଏଜେନ୍ସି। ସେପଟେ ପ୍ରଲୋଭନମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ କାର୍ୟ୍ୟାନୁଷ୍ଠାନ କରାଯାଉଛି ବୋଲି କହିଛନ୍ତି ନିର୍ବାଚନ କମିସନ।
What's Your Reaction?