ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୩ ଆତଙ୍କବାଦୀଙ୍କ ସ୍କେଚ ଜାରି
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୩ ଆତଙ୍କବାଦୀଙ୍କ ସ୍କେଚ ଜାରି କରିଛି ତଦନ୍ତକାରୀ ସଂସ୍ଥା । ସେମାନେ ହେଲେ ଅସିଫ୍ ଫୌଜି,ସୁଲେମାନ ଶା ଏବଂ ଅବୁତଲ୍ଲାର ।ଆକ୍ରମଣ ସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଅନ୍ୟପଟେ ଆତଙ୍କୀ ଆକ୍ରମଣ ପଛରେ ଲସ୍କର-ଏ-ତଏବାର ରେଜିଷ୍ଟାନ୍ସ ଫ୍ରଣ୍ଟର ହାତ ଥିବା ଚର୍ଚ୍ଚା ହେଉଥିବାବେଳେ ମାଷ୍ଟରମାଇଣ୍ଡ ସୈଫୁଲ୍ଲା କାସୁରୀ ଓରଫ ଖାଲିଦ ବୋଲି ମିଳିଛି ସୂଚନା । ଏହା ସହ ପାକ୍ ଅଧିକୃତ କାଶ୍ମୀରର ଆଉ ୨ ଆତଙ୍କୀ ବି ରହିଛନ୍ତି ସାମିଲ ।ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ଏଯାଏଁ ୨୮ ଜଣଙ୍କର ହୋଇଛି ମୃତ୍ୟୁ ।
Jangyaseni Parida