ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ିଲା: ୧୩ ବର୍ଷରୁ କମ୍ ବୟସର ୨୧ ପିଲାଙ୍କ ମୃତ୍ୟୁ
୨୫ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି।ଗଣମାଧ୍ୟମ ଅନୁଯାୟୀ, ପେଶାୱରର ଦିର୍ କଲୋନୀରେ ଏକ ସ୍କୁଲ ଛାତ ଭୁଶୁଡ଼ି ପଡ଼ିବାରୁ ପିଲାମାନେ ଭଗ୍ନାବଶେଷ ତଳେ ଫସି ରହିଥିଲେ।
ଉଦ୍ଧାର କାର୍ୟ୍ୟ ସମୟରେ ଅନେକ ପିଲାଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା। ଆହତମାନଙ୍କ ମଧ୍ୟରୁ କିଛିଙ୍କୁ ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ପାକିସ୍ତାନରେ ଏକ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ୨୧ ଜଣ ପିଲାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଖାଇବର ପଖତୁନଖ୍ୱାର ରାଜଧାନୀ ପେଶାୱରରେ ଘଟିଛି। ରିପୋର୍ଟ ଅନୁଯାୟୀ ମୃତ ସମସ୍ତ ପିଲାଙ୍କ ବୟସ ୧୩ ବର୍ଷରୁ କମ୍। ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି, ୨୫ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି।ଗଣମାଧ୍ୟମ ଅନୁଯାୟୀ, ପେଶାୱରର ଦିର୍ କଲୋନୀରେ ଏକ ସ୍କୁଲ ଛାତ ଭୁଶୁଡ଼ି ପଡ଼ିବାରୁ ପିଲାମାନେ ଭଗ୍ନାବଶେଷ ତଳେ ଫସି ରହିଥିଲେ। ଉଦ୍ଧାର କାର୍ୟ୍ୟ ସମୟରେ ଅନେକ ପିଲାଙ୍କର ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିଲା। ଆହତମାନଙ୍କ ମଧ୍ୟରୁ କିଛିଙ୍କୁ ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ୟ୍ୟ ପାଇଁ ସେନାକୁ ଡକାଇଛି। ସେନା କର୍ମଚାରୀମାନେ ଭଗ୍ନାବଶେଷ ହଟାଇବା ଏବଂ ପିଲାମାନଙ୍କୁ ଉଦ୍ଧାର କରିବା କାର୍ୟ୍ୟ କରୁଛନ୍ତି। ଘଟଣାସ୍ଥଳରୁ ମିଳିଥିବା ଫଟୋଗୁଡ଼ିକ ସ୍କୁଲ କୋଠାଟି ବହୁତ ପୁରୁଣା ବୋଲି ଦର୍ଶାଉଛି। ସ୍କୁଲଟି ମାଟି ଏବଂ କାଠରେ ତିଆରି ହୋଇଥିବା ଜଣାପଡ଼ିଛି।
What's Your Reaction?