ପିଟ୍ ହେଗସେଥ୍ଙ୍କ ସହ ବିବାଦ : ଇସ୍ତଫା ଦେଲେ ଆମେରିକୀୟ ସେନା ସଚିବ ଡ୍ରେନ୍ ଡ୍ରିସ୍କଲ୍
ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ଙ୍କ ସହ ବିବାଦ ପରେ ସେନା ସଚିବ ଡ୍ରେନ୍ ଡ୍ରିସ୍କଲ୍ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ହ୍ୱାଇଟ୍ ହାଉସ୍ ନିଶ୍ଚିତ କରିଛି।
ଆମେରିକା ପ୍ରଶାସନରେ ବଡ଼ ହଲଚଲ। ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ଙ୍କ ସହ ବିବାଦ ପରେ ସେନା ସଚିବ ଡ୍ରେନ୍ ଡ୍ରିସ୍କଲ୍ ଦେଇଛନ୍ତି ଇସ୍ତଫା। ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ମଧ୍ୟ ନିଶ୍ଚିତ କରାଯାଇଛି।
ପ୍ରତିରକ୍ଷା ବିଭାଗର ଦୁଇ ପ୍ରମୁଖ ଅଧିକାରୀଙ୍କ ମଧ୍ୟରେ ମତଭେଦ ପରେ ଏହି ଇସ୍ତଫା ଘଟଣା ଆମେରିକୀୟ ରାଜନୀତି ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ବଢ଼ାଇଛି। ଡ୍ରେନ୍ ଡ୍ରିସ୍କଲଙ୍କ ଇସ୍ତଫା ପଛରେ କେବଳ ବ୍ୟକ୍ତିଗତ ମତଭେଦ ରହିଛି, ନା ପ୍ରତିରକ୍ଷା ନୀତିକୁ ନେଇ ରହିଛି ଗଭୀର ବିବାଦ—ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ହ୍ୱାଇଟ୍ ହାଉସ୍ ଇସ୍ତଫା ନିଶ୍ଚିତ କରିବା ପରେ ଏବେ ସବୁଠୁ ବଡ଼ ପ୍ରଶ୍ନ—ଆମେରିକାର ପ୍ରତିରକ୍ଷା ପ୍ରଶାସନରେ କ’ଣ ଚାଲିଛି? ଏହି ବିବାଦର ଆଉ କିଛି ରହସ୍ୟ ସାମ୍ନାକୁ ଆସିବ କି?
ଆମେରିକାର ପ୍ରତିରକ୍ଷା ବିଭାଗରେ ବଡ଼ ହଲଚଲ। ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ଙ୍କ ସହ ବିବାଦ ପରେ ସେନା ସଚିବ ଡ୍ରେନ୍ ଡ୍ରିସ୍କଲ୍ ତାଙ୍କ ପଦରୁ ଇସ୍ତଫା ଦେଇଥିବା ଖବରକୁ ହ୍ୱାଇଟ୍ ହାଉସ୍ ନିଶ୍ଚିତ କରିଛି।
ଡ୍ରିସ୍କଲଙ୍କ ଇସ୍ତଫାକୁ ନେଇ ପ୍ରଶ୍ନ ଉଠିବା ପରେ ହ୍ୱାଇଟ୍ ହାଉସର ପ୍ରମୁଖ ଡେପୁଟି ପ୍ରେସ୍ ସଚିବ ଆନ୍ନା କେଲି ଏହି ଖବରକୁ ସ୍ୱୀକାର କରିଛନ୍ତି। ସେ ଡ୍ରିସ୍କଲଙ୍କ କାର୍ଯ୍ୟକାଳକୁ ପ୍ରଶଂସା କରି କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘Make America Strong Again’ ଏଜେଣ୍ଡାକୁ ଆଗକୁ ବଢ଼ାଇବାରେ ସେ ଉଲ୍ଲେଖନୀୟ ଭୂମିକା ନେଇଛନ୍ତି।
ସାମରିକ କ୍ଷେତ୍ରରେ ଡ୍ରିସ୍କଲଙ୍କ ନେତୃତ୍ୱକୁ ମଧ୍ୟ ହ୍ୱାଇଟ୍ ହାଉସ୍ ପ୍ରଶଂସା କରିଛି। ଐତିହାସିକ ସାମରିକ ଅଭିଯାନ ସମୟରେ ସେ ଦୃଢ଼ ନେତୃତ୍ୱ ପ୍ରଦାନ କରିଥିବା କୁହାଯାଇଛି। ଏହାସହ ରୁଷ ଓ ୟୁକ୍ରେନ ମଧ୍ୟରେ ଆଲୋଚନାକୁ ସହଜ କରିବା ଦିଗରେ ମଧ୍ୟ ସେ ଉଦ୍ୟମ କରିଥିବା ସୂଚନା ମିଳିଛି।
ତେବେ ପିଟ୍ ହେଗସେଥ୍ଙ୍କ ସହ ମତଭେଦ ପରେ ଡ୍ରିସ୍କଲଙ୍କ ଇସ୍ତଫା ଏବେ ଆମେରିକୀୟ ରାଜନୀତି ଓ ପ୍ରତିରକ୍ଷା ମହଲରେ ଚର୍ଚ୍ଚାକୁ ଜୋରଦାର କରିଛି।
ପ୍ରତିରକ୍ଷା ବିଭାଗ ଭିତରେ କ’ଣ ଥିଲା ଏହି ବିବାଦର ମୂଳ କାରଣ? ଡ୍ରିସ୍କଲଙ୍କ ଇସ୍ତଫା ପରେ ଆମେରିକାର ପ୍ରତିରକ୍ଷା ପ୍ରଶାସନରେ ଆଉ କି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ? ଏବେ ସେହି ଦିଗକୁ ରହିଛି ସମସ୍ତଙ୍କ ନଜର।
What's Your Reaction?