ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ପ୍ରାର୍ଥୀଙ୍କୁ ଚେତାବନୀ : ଆମ ମଝିରେ ପରିବାରକୁ ଆଣନାହିଁ

Sep 1, 2026 - 12:17
 0  2
ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ପ୍ରାର୍ଥୀଙ୍କୁ ଚେତାବନୀ : ଆମ ମଝିରେ ପରିବାରକୁ ଆଣନାହିଁ

ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ମିଶିଗନର ଡେମୋକ୍ରାଟିକ୍ ସିନେଟ୍ ପ୍ରାର୍ଥୀ ଅବଦୁଲ୍ ଏଲ୍-ସାୟଦଙ୍କୁ ତାଙ୍କ ପତ୍ନୀ ଉଷା ଭାନ୍ସଙ୍କ ବିଷୟରେ ମନ୍ତବ୍ୟ ପାଇଁ ଭର୍ତ୍ସନା କରି ତାଙ୍କ ନାମ ଆଉ ପାଟିରେ ନ ନେବାକୁ ଚେତାବନୀ ଦେଇଛନ୍ତି 

ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ମିଶିଗନର ଡେମୋକ୍ରାଟିକ୍ ସିନେଟ୍ ପ୍ରାର୍ଥୀ ଅବଦୁଲ୍ ଏଲ୍-ସାୟଦଙ୍କୁ ତାଙ୍କ ପତ୍ନୀ ଉଷା ଭାନ୍ସଙ୍କ ବିଷୟରେ ମନ୍ତବ୍ୟ ପାଇଁ ଭର୍ତ୍ସନା କରି ତାଙ୍କ ନାମ ଆଉ ପାଟିରେ ନ ନେବାକୁ ଚେତାବନୀ ଦେଇଛନ୍ତି। ବୁଢ଼ାବାପାଙ୍କ ବିଷୟରେ ଭାନ୍ସଙ୍କ ମନ୍ତବ୍ୟକୁ ଏଲ୍-ସାୟଦ ପରିହାସ କରି ତାଙ୍କ ପତ୍ନୀ ଉଷାଙ୍କ ବିଷୟରେ କହିଥିଲେ। ମିଶିଗନର ଷ୍ଟର୍ଲିଂ ହାଇଟ୍ସରେ ରିପବ୍ଲିକାନ୍ ସିନେଟ୍ ପ୍ରାର୍ଥୀ ମାଇକ୍ ରୋଜର୍ସଙ୍କ ପାଇଁ ପ୍ରଚାର କରିବା ସମୟରେ ଭାନ୍ସ ଚେତାବନୀ ଦେଇ କହିଛନ୍ତି, 

ମୋ ସ୍ତ୍ରୀଙ୍କ ନାମ ପାଟିରେ ଧର ନାହିଁ। ଭାନ୍ସଙ୍କ ପ୍ରତିକ୍ରିୟାକୁ ରିପବ୍ଲିକାନ୍ ପକ୍ଷରୁ ଏକ ଜୋରଦାର୍ ଆକ୍ରମଣ ଭାବରେ ଦେଖାଯାଉଛି। ଏଲ୍-ସାୟଦ ଜଣେ ସକ୍ରିୟ ନେତା। ସେ ଡେମୋକ୍ରାଟିକ୍ ପ୍ରାଇମେରୀରେ ପ୍ରମୁଖ ଦଳୀୟ ନେତାମାନଙ୍କ ଦ୍ୱାରା ସମର୍ଥିତ ପ୍ରାର୍ଥୀ ପ୍ରତିନିଧି ହେଲି ଷ୍ଟିଭେନ୍ସଙ୍କୁ ଅଳ୍ପ ବ୍ୟବଧାନରେ ପରାସ୍ତ କରିଥିଲେ।ଜେ.ଡି. ଭାନ୍ସ ଓହିଓରେ ଏକ ରାଲିରେ ଏଲ୍-ସୟଦଙ୍କ ଶରିଆ ଆଇନ ଉପରେ ଅତୀତର ମନ୍ତବ୍ୟକୁ ନେଇ ସମାଲୋଚନା କରିଥିଲେ। 

ସେ କହିଥିଲେ, ମୁଁ ପୁରୁଣା ପଛ ସମୟକୁ ଫେରି ଯାଇ ମୁଁ ମୋ ସ୍ୱର୍ଗତ ବୁଢ଼ାବାପାଙ୍କୁ ସେହି ନେତାଙ୍କ ବିଷୟରେ କହିପାରିବି ଯିଏ କି କାମ କରୁଥିବା ଲୋକଙ୍କ ପ୍ରତିନିଧିତ୍ୱ କରିବାକୁ ଦାବି କରୁଥିଲେ। ତେବେ ମୁଁ ଶରିଆ ଆଇନକୁ ସମର୍ଥନ କରେ ଏବଂ ଏହାର ସମାଲୋଚନାକୁ ଶ୍ୱେତ ସର୍ବୋଚ୍ଚତା ବୋଲି ବିବେଚନା କରେ। ସେ କହିଥିଲେ, ଏହା ମୋ ବୁଢ଼ାବାପାଙ୍କ ସମୟର ଡେମୋକ୍ରାଟିକ୍ ପାର୍ଟି ଭଳି ନୁହେଁ। ପରେ, ଅଲ୍-ସୟଦ ଜେଡି ଭାନ୍ସଙ୍କ ଭିଡିଓର ପ୍ରତିକ୍ରିୟା ଦେଇ ତାଙ୍କ ପତ୍ନୀ ଉଷା ଭାନ୍ସଙ୍କ ନାମ ଉଲ୍ଲେଖ କରିଥିଲେ। ଉଷା ଜଣେ ଭାରତୀୟ ପ୍ରବାସୀ ପରିବାରର ଝିଅ ଏବଂ ଏକ ହିନ୍ଦୁ ପରିବାରରେ ପାଳିତ ହୋଇଛନ୍ତି। ଅଲ୍-ସୟଦ ସୋସିଆଲ ମିଡିଅ ଏକ୍ସରେ ଲେଖିଥିଲେ, ତେବେ, ଆମେ ଭାବିବା ଉଚିତ୍ ଯେ ଜେଡି ଭାନ୍ସ ବୁଢ଼ାବାପାଙ୍କୁ ଭେଟିବା ପାଇଁ ଉଷାଙ୍କୁ ପଛ ସମୟକୁ ଫେରାଇ ନେବେ କି ନାହିଁ?

ଏନେଇ ଭାନ୍ସ ଅଲ୍-ସୟଦଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ତାଙ୍କର ମୋ ପରିବାର ବିଷୟରେ କଥାବାର୍ତ୍ତା କରିବାର ଏକ ଅଜବ ଅଭ୍ୟାସ ଅଛି। ସେ ଅଲ୍-ସୟଦଙ୍କୁ ତାଙ୍କ ସ୍ତ୍ରୀଙ୍କ ବିଷୟରେ ଆଉ ଥରେ ନ କହିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି। ଜେଡି ଭାନ୍ସ କହିଛନ୍ତି, ଅବଦୁଲ୍, ତୁମେ ଯାହା ବିଷୟରେ କଥା ହେବାକୁ ଚାହୁଁଛ କର,କିନ୍ତୁ ମୋ ସ୍ତ୍ରୀଙ୍କ ବିଷୟରେ କୁହ ନାହିଁ, କାରଣ ସେ ତୁମର ପହଞ୍ଚ ବାହାରେ ଅଛନ୍ତି।

ଜେ.ଡି. ଭାନ୍ସ କହିଛନ୍ତି, ଅଲ୍-ସାୟଦଙ୍କଙ୍କ ପରି ଲୋକମାନେ ନିଜକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଲଢୁଥିବା ଦେଶର ସାଧାରଣ ନାଗରିକ ଭାବରେ ଦେଖନ୍ତି ନାହିଁ, ବରଂ ଅନ୍ୟମାନଙ୍କ ପାଇଁ ଖର୍ଚ୍ଚ କରି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ସଂଗ୍ରାମୀ ଭାବରେ ଦେଖନ୍ତି। ସେ କେବଳ ତାଙ୍କ ଧର୍ମ ପାଳନ କରୁଥିବା ଲୋକଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିଥାନ୍ତି, କିନ୍ତୁ ଯେଉଁମାନେ ତାହା କରନ୍ତି ନାହିଁ ସେମାନଙ୍କ ପ୍ରତି ତାଙ୍କର କୌଣସି ସହାନୁଭୂତି ନାହିଁ।

ଜେ.ଡି. ଭାନ୍ସଙ୍କ ଅଭିଯୋଗର ଜବାବରେ ଅଲ୍-ସୟଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏବଂ ରିପବ୍ଲିକାନମାନଙ୍କୁ ଟାର୍ଗେଟ କରି କହିଛନ୍ତି, କୋଟିପତିଙ୍କ ପାଇଁ ଟିକସ ଛାଡ଼ କରାଯାଉଛି କିନ୍ତୁ ଦେଶର କାର୍ଯ୍ୟକ୍ଷମ ମାନବ ସମ୍ବଳଙ୍କଠାରୁ ସ୍ୱାସ୍ଥ୍ୟସେବା ଛଡ଼ାଇ ନିଆଯାଉଛି। ବାଣିଜ୍ୟ ଯୁଦ୍ଧ ଏବଂ ପ୍ରକୃତ ଯୁଦ୍ଧ ବାହାନାରେ ଲୋକଙ୍କଉପରେ ଦରଦାମ ବୃଦ୍ଧିର ବୋଝ ଲଦି ଅତ୍ୟାବଶ୍ୟକ ତେଜରାନି ସାମଗ୍ରୀ ଏବଂ ରନ୍ଧନ ଗ୍ୟାସ୍ ପାଇଁ ଅଧିକ ମୂଲ୍ୟ ସରକାର ନେଉଛନ୍ତି। ବ୍ୟକ୍ତିଗତ ଲାଭ ପାଇଁ ସରକାର ଲୋକଙ୍କୁ ବିଭାଜିତ କରୁଛନ୍ତି। କ୍ଷମତା ପାଇଁ ନିଜର ନୈତିକ ମୂଲ୍ୟବୋଧକୁ ସରକାର ବିକି ଦେଇଛନ୍ତି ବୋଲି ଅଲ୍-ସାୟଦ ଅଭିଯୋଗ ଆଣିଛନ୍ତି।

What's Your Reaction?

like

dislike

love

funny

angry

sad

wow