ପୁଅ ବୋହୁଙ୍କୁ ଜାଳିଦେଲା ବାପା ,ବୋହୁ ମୃତ,ପୁଅ ଗୁରୁତର
ପୁଅ-ବୋହୁ ଉପରେ ପେଟ୍ରୋଲ ଢାଳି ଜାଳି ଦେଲା ବାପା । କଟକ ବାରଙ୍ଗ ଗୋଡିସାହି ବାରସିଂଗା ଗାଁରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ପାରିବାରିକ କଳହକୁ ନେଇ ଅଭିଯୁକ୍ତ ପୁଅ ଦୀନବନ୍ଧୁ ରାଉତ ଓ ବୋହୁଙ୍କୁ ପୋଡ଼ି ମାରିଦେବାକୁ ଉଦ୍ୟମ କରିଛି ବାପା ଗୋବର୍ଦ୍ଧନ ରାଉତ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ହାସପାତାଳରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବୋହୂର ହୋଇଛି ମୃତ୍ୟୁ । ସେପଟେ ପୁଅ ଦିନବନ୍ଧୁ ଗୁରୁତର ଅବସ୍ଥାରେ ଆଇସିୟୁରେ ହେଉଛନ୍ତି ଚିକିତ୍ସିତ । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
Jangyaseni Parida