ପୁଣି ରେପୋ ରେଟ୍ ଅପରିବର୍ତ୍ତିତ

Aug 8, 2024 - 11:48
 0  4
ପୁଣି ରେପୋ ରେଟ୍ ଅପରିବର୍ତ୍ତିତ

ଲଗାତର ଅଷ୍ଟମ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌ ବା ସୁଧ ହାର। ରେପୋ ରେଟ ୬.୫ ପ୍ରତିଶତରେ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ତଥା ଆରବିଆଇ । ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ପ୍ରଥମ ମୁଦ୍ରା ନୀତି କମିଟି ବୈଠକରେ ଆରବିଆଇ ଏହି ନିଷ୍ପତ୍ତି ନେଇଥିବା ଘୋଷଣା କରିଛନ୍ତି ଆର୍‌ବିଆଇ  ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।ଏହାର ଅର୍ଥ ହେଉଛି ବଢିବ ନାହିଁ କି ହ୍ରାସ ପାଇବ ନାହିଁ ଆପଣଙ୍କ ମାସିକ ଋଣ କିସ୍ତି।ସେପଟେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ହେବ ବୋଲି ଆକଳନ କରିଛି ଆର୍‌ବିଆଇ। ଏହାର ଅର୍ଥ ହେଉଛି ଯେ କେନ୍ଦ୍ରୀୟ ବ୍ୟାଙ୍କ ଜିଡିପି ଅଭିବୃଦ୍ଧି ଆକଳନକୁ କରିନାହିଁ ପରିବର୍ତ୍ତନ ।

What's Your Reaction?

like

dislike

love

funny

angry

sad

wow