ପୁଣି ୧୪ ଦିନିଆ ନ୍ୟାୟିକ ହେପାଜତରେ ରହିବେ ଅରବିନ୍ଦ କେଜ୍ରିୱାଲ

Jun 29, 2024 - 17:56
 0  2
ପୁଣି ୧୪ ଦିନିଆ ନ୍ୟାୟିକ ହେପାଜତରେ ରହିବେ ଅରବିନ୍ଦ କେଜ୍ରିୱାଲ

ବଢିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅଡ଼ୁଆ। ପୁଣି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି ରାୱଜ ଏଭିନ୍ୟୁ କୋର୍ଟ। ଦିଲ୍ଲୀ ଅବକାରୀ ନୀତି ମାମଲାରେ କେଜ୍ରିୱାଲଙ୍କ ୩ ଦିନିଆ ରିମାଣ୍ଡ ସରିବା ପରେ ସିବିଆଇ ଆଜି କୋର୍ଟରେ ହାଜର କରିଥିଲେ । ଆଉ ରିମାଣ୍ଡର ଆବଶ୍ୟକତା ନଥିବା କହି କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଥିଲା । 
ସିବିଆଇ ତରଫରୁ କୋର୍ଟରେ ଦିଆଯାଇଥିବା ଦଲିଲରେ ଉଲ୍ଲେଖ ରହିଛି ଯେ,କରୋନା ମହାମାରୀ ସମୟରେ ଅବକାରୀ ନୀତିକୁ ଲାଗୁ କରିବା ନେଇ କେଜ୍ରିୱାଲ କ୍ୟାବିନେଟ ଏତେ ବ୍ୟସ୍ତ କାହିଁକି ଥିଲା । ସବିଆଇ ଅଭିଯୋଗ କରିଛି କି, ଜେରା ବେଳେ କେଜ୍ରିୱାଲ ବିଜୟ ନାୟାରଙ୍କ ସହ ବୈଠକ, କୋଟି କୋଟି ଟଙ୍କାର ଚାନ୍ଦା, ଗୋଆ ନିର୍ବାଚନରେ ୪୪ କୋଟି ଟଙ୍କା ଖର୍ଚ୍ଚ ଭଳି ପ୍ରଶ୍ନର ଜବାବ ଦେଇନାହାଁନ୍ତି ।

What's Your Reaction?

like

dislike

love

funny

angry

sad

wow