ପୂର୍ବତନ ବୈଦେଶିକ ବ୍ୟାପର ମନ୍ତ୍ରୀ କେ.ନଟବର ସିଂହଙ୍କ ପରଲୋକ
![ପୂର୍ବତନ ବୈଦେଶିକ ବ୍ୟାପର ମନ୍ତ୍ରୀ କେ.ନଟବର ସିଂହଙ୍କ ପରଲୋକ](https://kalingascroll.in/uploads/images/202408/image_870x_66b856019cf69.jpg)
ପୂର୍ବତନ ବୈଦେଶିକ ବ୍ୟାପର ମନ୍ତ୍ରୀ କେ.ନଟବର ସିଂହଙ୍କ ପରଲୋକ । ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ୯୫ ବର୍ଷ ବୟସରେ ତାଙ୍କ ଦେହାନ୍ତ ଘଟିଥିବା ନେଇ ରହିଛି ସୂଚନା । କେ.ନଟବର ସିଂହ ମନମୋହନ ସିଂହ ସରକାରରେ ଥିଲେ କ୍ୟାବିନେଟ ମନ୍ତ୍ରୀ ।ସୂଚନା ଅନୁସାରେ, ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟୱର ସିଂ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ସେ ଜଣେ ପ୍ରବୀଣ କୂଟନୀତିଜ୍ଞ ଓ ରାଜନେତା ଭାବେ ପ୍ରସିଦ୍ଧ ଥିଲେ । ୟୁପିଏ ଅମଳରେ ମନମୋହନ ସିଂଙ୍କ ସରକାରରେ ସେ ବୈଦେଶିକ ମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ।
ସୂଚନାଥାଉ ଯେ, ୧୯୫୩ରେ ସେ ଭାରତୀୟ ସେବାରେ ଯୋଗଦେଇଥିଲେ। ୧୯୮୨ରୁ ୮୪ ପର୍ଯ୍ୟନ୍ତ ପାକିସ୍ତାନରେ ଭାରତର ହାଇକମିଶନର ଭାବେ କାର୍ୟ୍ୟ କରିଥିଲେ । ସେ ୧୯୮୪ ରେ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ। ସେ ନିଜ ରାଜ୍ୟ ରାଜସ୍ଥାନର ଭରତପୁରରୁ ଲଢ଼ି ସାଂସଦ ହୋଇଥିଲେ। ରାଜନୀତି ସହ ସେ ଭଲ ଲେଖକ ଭାବେ ମଧ୍ୟ ପରିଚିତ ଥିଲେ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)